Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhanshu Sekher jena

Abstract Thriller

4  

Sudhanshu Sekher jena

Abstract Thriller

ପ୍ରଭୁ

ପ୍ରଭୁ

1 min
281


ମନ ପ୍ରାଣ ତୁମକୁ ଦେଇଦେଲି ପ୍ରଭୁ

ଏ ସବୁର ରକ୍ଷକ ତୁମେ,

ମୋ ଜୀବନେ ଯେତେ ଦୋଷ କରିଅଛି

ହିସାବ କରୁଥାଅ ତୁମେ ।


ବିଚିତ୍ର ସଂସାରକୁ ଅଣିଥିଲୁ ପ୍ରଭୁ

ବିଚିତ୍ର କଥା ମୁଁ ଶିଖିଲି,

ନିଜ ଚରିତ୍ରକୁ ସଜେଇବା ପାଇଁ

ବିଚିତ୍ର ଦୁନିଆରେ ପାଦ ଥାପିଲି ।


ସତକୁ ମିଛ ମିଛକୁ ସତ୍

କହିବା ଏଠି ମୁଁ ଶିଖିଛି,

ନିଜ ଚରିତ୍ରକୁ ସଜାଇବା ପାଇଁ

ଏ ସବୁର ବ୍ୟବହାର ମଧ୍ଯ ମୁଁ କରିଛି ।


ଆସିଥିଲେ ଯେବେ ପାଇଛି ଆଦର

ଯିବା ବେଳେ ଦେଉ ଦୁଃଖର ସାଗର ,

କିଛି ଆଣି ନାହିଁ, କିଛି ନେବି ନାହିଁ!

ଶେଷ ଈଛା ଚାରି କାନ୍ଧ ଅଛି କି ମୋ ପାଇଁ ।


ମନ ପ୍ରାଣ ତୁମକୁ ଦେଇଦେଲି ପ୍ରଭୁ

ଏ ସବୁର ରକ୍ଷକ ତୁମେ,

ମୋ ଜୀବନେ ଯେତେ ଦୋଷ କରିଅଛି

ହିସାବ କରୁଥାଅ ତୁମେ ।


Rate this content
Log in

Similar oriya poem from Abstract