STORYMIRROR

Sunanda Mohanty

Abstract Fantasy Thriller

4  

Sunanda Mohanty

Abstract Fantasy Thriller

ମୋନାଲିସାର ହସ

ମୋନାଲିସାର ହସ

1 min
405


ମୋନାଲିସା ତୁମ ହସ ରହସ୍ୟ

କେବେ ସରସ କେବେ କରେ ବିବଶ

ତୁମ ହସ କଣ ମାଳିକାର ପରିପ୍ରକାଶ

ନା କେଉଁ ନୀଳପରୀ ଆଜନ୍ମ ବ୍ରହ୍ମଚାରୀ

ଗୁପତରେ କରିଛି ପ୍ରବେଶ ତୁମ ହସ ସରସ

ତୁମେ ହସିଦେଲେ ଲାଗେ ପଦ୍ମବନେ ସାରସ

ତୁମ ହସ ମୁଗ୍ଧ ନୟନର ପ୍ରସବଣ ଉଷ୍ମ

ତୁମ ହସରେ ମହାଭାରତର ପିତାମହ ଭୀଷ୍ମ

ତୁମ ହସରେ ରାମୟଣର ହନୁମାନଙ୍କ ସ୍ପର୍ଶ

ତୁମ ହସରେ ମହମହ ଚନ୍ଦନ କର୍ପୁର ବାସ

ତୁମ ହସରେ କସ୍ତୁରୀ ମହକରେ ହସର ନିର୍ଯ୍ୟାସ

ମୋନାଲିସା ତୁମ ହସରେ କିଏ ନହୋଇଛି ବଶ

ମୋନାଲିସା ତୁମ ନାଲି ଅଧର ଖୋଲି ଏତେ ହସ

ଦନ୍ତ ପଂକ୍ତି ସୁଢୋଳ ସରଳ ଭିତରେ ଶୁନିନ୍ଦିତା ବେଶ

ତୁମ ହସ ଭିତରେ ସ୍ନିଗ୍ଧ ପିୟୁଷ

ତୁମେ ଚିତ୍ରପଟରୁ ଥରେ ତ ବାହାରି ଆସ

ଫିକା ପଡ଼ିଯିବ ସବୁ ଋତୁ ଵର୍ଷ ଦିନ ମାସ

ତୁମ ହସରେ ବଧୂଲି ଫୁଲର ସହଜ ସୁବେଶ

ତୁମ ହସରେ ତୁମେ ଲାଗ ସାଧବବୋହୁଟିଏର ସ୍ପର୍ଶ

ତୁମ ଆଖି ଓଠ ନାକ ଠୁ ଅଧିକା ତୁମ ମହୁଲି ହସ

ମାର୍ମିକ ଲାଗେ କେବେ ଯତିପାତ ଯୁଗ୍ମ ଅଯୁଗ୍ମ ଅଶେଷ

ତୁମ ହସରେ ମୁଁ ଖୋଜେ ଭାଷା ବିଶେଷଣ ବିଶେଷ୍ୟ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract