ଭାବର ଠାକୁର
ଭାବର ଠାକୁର
ଆନ୍ତର୍ଜାତିକ ଦିବସରେ କରିଯିବା ଦାନ
ଅରଜିବା ମହାପୁଣ୍ୟ
ଅଢେଇ ଦିନର ତୁଚ୍ଛ ଏ ଜୀବନ ଧନ
ଦୁଃଖୀଙ୍କୁ କରିବା ଦାନ ।
ଭାବ ବିନୋଦିଆ ଭାବର ଠାକୁର
କାହାକୁ ଦେଇଛି ଧନ
କାହାକୁ କରିଛି ପ୍ରାରବ୍ଧ କର୍ମ ବଳେ
ଐଶ୍ଵର୍ଯ୍ୟ ବିଭବ ପ୍ରଦାନ ।
ଜୀବ ଯିବା ବେଳେ କିଏ କିଛି ନନେବେ
କେବଳ ମାନ ସମ୍ମାନ
ଥିଲା ଜଣେ ଦାତା ବୁଝୁଥିଲା ଦୁଃଖ
ହାତେ ବିଜେ ଭଗବାନ ।
ଉପାସ ଭୋକ ଯନ୍ତ୍ରଣା ଦୁଃଖ ରୋଗ ଶୋକ
ଜୀବନ ଲାଗେ ଶ୍ମଶାନ
କିଏ ନେଇଯିବ ସାଥେ ଅରଜିବା ଧନ
ନେବ ଖାଲି ପାପ ପୁଣ୍ୟ ।
ଦାନା କନା ବାସ ପ୍ରାପ୍ତି ମଣିଷର ତୃପ୍ତି
ଲେଖା ଅଛି ଅଭିଧାନ
ଭାବର ଠାକୁର ଭାଗ୍ୟ ବିଧାତା ଲେଖିଛି
ଯଶ ଗୌରବ ମାନ ।
ମଣିଷପଣିଆ ଭରିଛି ମଣିଷ ଭିତରେ
ଜୀବନ କରିବାକୁ ଧନ୍ୟ
ଦେଖି ଶୁଣି ପଢି ଶିଖି ଯିବା ଦେଇ ଦାନ
ଗରୀବର ମଣିଷ ହିଁ ଭଗବାନ ।
ମାନବ ସେବା ମାଧବ ସେବା ମଣି କରୁଥିବା
ଦାନ ପୁଣ୍ୟ ମହାଧନ
ଜୀବ ଛାଡ଼ି ଗଲାବେଳେ ସାଥେ ନେବା କାଳେ
ମଣିଷପଣିଆ ଯଶ ଗୌରବ ମାନ ।
ଅନ୍ୟକୁ ସ୍ନେହ ଶାନ୍ତି ସୌହାର୍ଦ୍ୟ ଦେଇ
ରଖିଯିବା ଉପମାରେ ଉପମାନ
ଟିକେ ଆନ୍ତରିକତା ଟୋପେ ଭଲପାଇବା ଦେଇ
ସାହାଯ୍ୟକାରୀର ବଢ଼ାଇବା ସମ୍ମାନ ।
ପରିବାର ହେଉ ସାମାଜିକ ସ୍ତର ଅବା ପଡୋଶୀଙ୍କୁ
ଭାବିବା ବନ୍ଧୁ ପରିଜନ
ଶାନ୍ତି ସଂହତି ଇଶ୍ୱର ଭାବ ପ୍ରୀତି ଓ ମୈତ୍ରୀ
ହେଉ ଜୀବନର ସମ୍ବେଦନ ।
ଦଶଟି ବରଷ ବିତି ଗଲାଣି ଏ ବିଷୟରେ ବୁଝି
ତଥାପି ବୁଝିବା ଥିବ ଯଦି ସନ୍ଦିହାନ
ଆର୍ଟ ଅଫ ଗିଭିଂର ମହତ ପଣିଆ ସମୟନୁକ୍ରମେ
ଖାଦ୍ୟ ବସ୍ତ୍ର ଅଙ୍ଗ ଦାନ
ଅନୁଭୂତି ସହ କୃତଜ୍ଞତା ଯୋଡି ଦେଇ ଦେଖ
ବିଶ୍ୱକଲ୍ୟାଣର ଏହି ଗୋଟେ ଦିନ ।