STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଟିକିଲି

ଟିକିଲି

1 min
304

ଟିକିଲି ବଦଳେ ସିନ୍ଦୁର ମଥାରେ ନାଇ

ଝିଅ ହୋଇଯାଏ ବୋହୁ

ମୁଣ୍ଡରେ ଓଢଣା ସୋହାଗ ସଣ୍ଠଣା ଥାଇ

କଥାରେ ଝରାଏ ମହୁ

ଝିଅ ପିନ୍ଧିଥାଏ ସାତରଙ୍ଗ ଟିକିଲି ମଥାରେ

ଦିଶୁଥାଏ ଦାଉ ଦାଉ

ସିନ୍ଦୁର ଶଙ୍ଖା ଭିତରେ ନବବଧୂ ଖୋଜେ

ଟିକିଲି ସ୍ପର୍ଶ ଭାଉ

ଟିକିଲି ଲଗାଇ ରାଜକୁମାରୀ ବାପାଙ୍କର

ବାପାଘରେ ଦିନ ସରିଯାଉ

ଭାବୁ ଭାବୁ ସମୟ ସ୍ରୋତରେ ସିନ୍ଦୁର ମଥାରେ

ପାରଘରୀ ସାଜି ହୁଏ ବୋହୁ

ଲାଜର ଓଢଣୀ ଆଖିରେ କାହାଣୀ ଝିଅ ବୋହୁଙ୍କର

ମହାଭାରତ ଚରିତ୍ର କହୁ

ଲଜ୍ଜ୍ୟା ଆଭୂଷଣେ ଝିଅବୋହୁ ଆଚରଣେ 

ଟିକିଲି ସିନ୍ଦୁର ଦିଶେ ଦାଉ ଦାଉ

ଟିକିଲି ଭିତରେ ସ୍ନେହ ମମତା ପ୍ରୀତିରେ

କନ୍ୟାଟିଏ ବଞ୍ଚିରହୁ

ବଧୂ ହେଲାପରେ ମାଆ ପତ୍ନୀ ସାଜି 

ଘରଣୀ ବୋଲାଇ ରହୁ

ଟିକିଲି ମଥାରେ ଦିଶେ ଝିଲିମିଲି

ତାରା ପରି ତାର ଭାଉ

ସିନ୍ଦୁର ମଥାରେ ଦେଇ ଭଗିନୀ ଜନନୀ

ସାତ ସିନ୍ଧୁ ପାର ହେଉ

ଟିକିଲିରେ ଧର୍ଯ୍ୟ ସାହାସ ଶକ୍ତି କନ୍ୟାର

ସମର୍ପଣ ଭାବ ରହୁ

ସିନ୍ଦୁର ପିନ୍ଧି ସିନ୍ଥିରେ ସୁନ୍ଦରୀ ଶ୍ରୀମନ୍ତିନୀ ହୋଇ

ସାବିତ୍ରୀ ସୀତା ଦ୍ରୌପଦୀ ପରି ଯଶ ରହୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract