Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Barik

Abstract

2  

Padmini Barik

Abstract

ଆମେ ଭାରତୀୟ

ଆମେ ଭାରତୀୟ

1 min
126


ସୈନିକ ବୀର ହୁଅ ଆଗଭର 

     ଡାକୁଚି ଭାରତ ମାତା ,

ଶତୃ ର ପ୍ରାଣ ସଙ୍ଗୀନ କର  

     ଜଳାଇ ଦିଅ ତା ଚିତା

ପରାଭବ ଯିଏ ଦେଇଛି ତୁମକୁ 

     ପଲକରେ ଦିଅ ନାଶି ,

ପଦାଘାତ ଯିଏ କରିଛି ତୁମକୁ 

     ପଛପଟୁ ଦିନେ ଆସି

ସୈନିକ ବୀର ହୁଅ ଆଗଭର 

     ଡାକୁଛୁ ଭାରତ ବାସୀ

ସୁନ୍ଦର ନୁହେଁ ସିନ୍ଦୁରିତ କର

      ତୁମ ବନ୍ଧୁକ ର ନାଶୀ

ବଢ଼ାଉଛି କାୟା ଶତ୍ରୁ ର ମାୟା 

      କର ତାକୁ ବଳ ହୀନ ,

ବଡ଼ିମା ତାହାର ନାଶକର ତୁମେ 

     ମସ୍ତକ କର ଛିର୍ଣ 

ଆଖି ଦେଖି ନାହିଁ କାନ ଶୁଣି ନାହିଁ 

     କହେନାହିଁ ଈତିହାସ ,

ଏ ମାଟିର ବୀର କେବେ ହାରିବାର 

      ଲଭିବାର ଅପଯସ 

ଯବନ ଆସିଲା ଜୀବନ ତ ନେଲା 

      ନେଇ ପାରିଲାନି ଦେଶ ,

ଯନ୍ତ୍ରଣା ଦେଲା ମନ୍ତ୍ରଣା କଲା 

      ହୋଇନୁ କାହାର ବଶ

ସୁନା ଭାରତର ସ୍ଵର୍ଣ୍ଣ ଅକ୍ଷରେ 

      ଲେଖା ଆମ ଈତିହାସ ,

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା 

      ଏଇ ମୋ ମାଆ ର ହସ

ଭାରତ ମାଆର ସନ୍ତାନ ଆମେ 

      ଗାଇବା ଅମର ଗାଥା ,

ଭାରତୀୟ ଆମେ ବିଶ୍ଵ ବିଜୟୀ 

      ସଗରବେ ଟେକୁ ମଥା

କାଶ୍ମୀର ଠାରୁ କନ୍ୟାକୁମାରୀ  

      ଲାଦାଖେ ବିଜୟ ବାଣୀ ,

ଅଶାନ୍ତ ପାଦପ ଛେଦନ କରିଛୁ 

      ଶାନ୍ତିର ବୀଜ ବୁଣି

ତ୍ରିରଙ୍ଗା ଆମର ଉଡେ ଫରଫର 

       ଅଗଷ୍ଟ ପନ୍ଦର ଦିନ ,

ତିନି ଭୁବନରେ ବିଜୟୀ ଆମେରେ 

       ଏଇତ ଆମର ଚିହ୍ନ


Rate this content
Log in

Similar oriya poem from Abstract