"ଶପଥ ନେବା "
"ଶପଥ ନେବା "
ବ୍ରିଟିଶ ଶାସନ ଚାଲିଗଲା ସିନା
ଦେଶ ହେଲା ବିଭାଜନ,
ସୁନାର ଭାରତ ହୋଇଲା ଦିଖଣ୍ଡ
ଭାରତ ଓ ପାକିସ୍ଥାନ ।
ଅଗଷ୍ଟ ପନ୍ଦର ପାଳନ କରୁଛୁ
ତ୍ରିରଙ୍ଗା ଉଡ଼ାଇ ଆମେ,
ଶାନ୍ତିର ମନ୍ତ୍ର କେତେ ତ ଗାଉଛୁ
ଶାନ୍ତି କି ପାଇଛୁ ଭୂମେ ?
ପାକିସ୍ଥାନ ରଚେ ଘୋର ମାୟାଜାଲ
ଚାଇନା ଲଗାଏ ଡେରା ,
ମାନବବାଦର ବଳି ପଡେ ଏଠି
କରୋନା ପୃଥିବୀ ସାରା।
ତ୍ରିରଙ୍ଗା ଉଡ଼ାଇ ଶପଥ ନେବାରେ
ଜିତିବା ଶତ୍ରୁର ଗଡ ,
ଚାଇନା, କରୋନା ଯିଏବି ହେଉନା
ଭାଙ୍ଗିଦେବା ମୁହଁ ତୋଡ ।
ଯେ ମାଟିର ବୀର ଶହୀଦ ବୋଲାଏ
ଦେଶ ପ୍ରେମ ବହ୍ନି ଜାଳି,
ସେ ମାଟିରେ ଆଜି ଆତଙ୍କ ବୁଲୁଛି
ବିଶ୍ୱାସରେ ବିଷ ଗୋଳି ।
ଜୟ ହିନ୍ଦୁସ୍ଥାନ ସ୍ଵାଧୀନ ସନ୍ତାନ
ସତ୍ୟର ଦାବାନାଳ ,
ଦେଶମାତୃକାର ଚରଣ ଯୁଗଳ
କୋଟି ସନ୍ତାନର ବଳ ।
ସଦା ଶାନ୍ତି ପ୍ରିୟ ଭାରତବାସୀ ଯେ
ପ୍ରାରମ୍ଭୁ କହିଛୁ ଆମେ,
ଅଶାନ୍ତି ରଚିଲେ ଶତ୍ରୁକୁ ମାରି
ପ୍ରଶାନ୍ତି ଆଣିବୁ ଭୂମେ ।
ଭାରତ ଆମର ସୁଜଳା , ସୁଫଳା
ସ୍ୱର୍ଣ୍ଣ ପ୍ରସବିନୀ ଦେଶ,
ଶତ୍ରୁତାକୁ ଭୁଲି ବନ୍ଧୁତା କରିଲେ
ମମତାରେ ହେବୁ ବଶ ।
ଧଳା ଓ ନାରଙ୍ଗୀ ,ସବୁଜ ରଙ୍ଗର
ଏଇ ଯେ ଉଡୁଛି ନେତ ,
ଶାନ୍ତି, ମୈତ୍ରୀ, ଉନ୍ନତିର
ଗାଏ ତ ବିଜୟ ଗୀତ ।
ଏ ମାଟି ମାଆର ଗର୍ବ ଏ ତ୍ରିରଙ୍ଗା
ଶାନ୍ତିର ବାର୍ତ୍ତା ବହେ,
ଭାରତୀୟ ଆମେ ବିଶ୍ୱବିଜୟୀ
ସମୀରେ ଖେଳାଇ ଦିଏ ।
