STORYMIRROR

Padmini Barik

Abstract

2  

Padmini Barik

Abstract

ପି ଓ କେ ରେ ହେବ ଦେଖା

ପି ଓ କେ ରେ ହେବ ଦେଖା

1 min
145

 ଥର ଥର ଗଲି ସମ୍ପର୍କ ମାଗିଲି 

     ବନ୍ଧୁତ୍ୱ ହାତ ବଢ଼ାଇ ,

ଯେତେ ମୁଁ ଚାହିଁଲେ ଇମ୍ରାନ୍ ତୁମେ 

    ଦେଲ ମୋତେ ଲେଉଟାଇ

ଏଇ ଥର କିନ୍ତୁ ହେବ ତୁମ ସାଥେ 

   ପି ଓ କେ ଦଖଲେ ଭେଟ,

ପଛ ଘୁଂଚା ଦେଇ ଭାବୁ ଥା ମନରେ 

   କେମିତି ମାରିବ ଚୋଟ

ବିଶ୍ଵ ଦରବାରେ ହୋଇଲ ନିନ୍ଦିତ 

   ପସିଲାନି ତୁମ ଚେତା ,

ଭୟାବହ ବାତ୍ୟା ମୁଣ୍ଡରେ ଘୁରୁଛି 

   ଦେଖାଅ ପ୍ଲାଷ୍ଟିକ ଛତା

ଲଜ୍ୟା ବୋଲି ଯେଉଁ ଦୁଇଟି ଅକ୍ଷର 

   ମୁଁହ ରୁ ଦେଲକି ଠେଲି ,

ଭୋକ ବିକଳରେ ତାଟିଆ କାମୁଡ଼ 

   ଉପରକୁ ଆଖି ମେଲି

ସନ୍ତ୍ରାସବାଦୀଙ୍କ ଆଡ୍ଡା ଭାଙ୍ଗିଯିବ 

   ଇମ୍ରାନ ହାତ ଖାଲି ,

ବନ୍ଧୁକରୁ ତୁମ ଗୁଳି ସରିଗଲା 

   ଦିଶୁଛି ବନ୍ଦୁକ ଜାଲି

ଭାରତ ମାଆର ସୁଯୋଗ୍ୟ ସନ୍ତାନ

   ହାରିବା ସେ ସିଖିନାହିଁ,

ସମୟ ଆସିଲେ ଜବାବ ଦେବ ସେ

  ଦେଶ ମାତୃକାର ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract