STORYMIRROR

Padmini Barik

Abstract

2  

Padmini Barik

Abstract

ଆପେ ନିଅଣ୍ଟ ,ସାହିରେ ବାଣ୍ଟ

ଆପେ ନିଅଣ୍ଟ ,ସାହିରେ ବାଣ୍ଟ

1 min
141

ପାକିସ୍ଥାନ ପାଠ ପଢ଼ିବୁନି ଆମେ 

  କାଶ୍ମୀର ବାସୀ ହୋଇ,

ସ୍ୱାଧୀନ ହୋଈଛୁ କାଶ୍ମୀର ବାସୀ

  ହିନ୍ଦୁସ୍ଥାନ ଲଡୁ ଖାଇ

ଅମର ଲଡୁ କୁ ଖାଇଅଛୁ ଆମେ 

  ମୋଦୀଙ୍କର ହାତ ଧରି,

ମୃତ୍ୟୁ ଆମର ପାଖ ମାଡିବନି 

   ଯାଅ ଇମ୍ରାନ ଫେରି

ରକତ ନଦୀରେ ଭାସୁଥିଲେ ଦିନେ

   ଆମ ସ୍ତ୍ରୀ ପିଲା ଛୁଆ ,

ଅନ୍ଧାର ରାତିରେ କେହିବି ନଥିଲେ 

   କରିବାକୁ ଟିକେ ଆହା

ପରମାଣୁ ବୋମା ମିଛ ବାହାଦୂରୀ 

   ବିଲୁଆ ପାଟିତ ମେଲା

କାଉର ଅଇଁଠା  ଜିଲାପି ପାଇଁକି

   ପକାଉଛ ଖାଲି ହାଲ୍ଲା

ତୁମ ଦେଶରେତ ଟମାଟ ମିଳେନି 

   କ୍ଷୀର ତ ସାତ ସପନ ,

ଧଣିଆ ପତ୍ରକୁ ଆଖି ପାଉନାହିଁ 

   କେମିତି ବଞ୍ଚିବ ଦିନ

ତୁମ କଥା ଆଗ ତୁମେ ଚିନ୍ତା କର

   ଆମ କଥା ଛାଡ଼ିଦିଅ ,

ପରମାଣୁ ବୋମା ପାକ୍ ରେ ପକାଇ 

  ଟମାଟ ଫଳାଇ ଦିଅ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract