STORYMIRROR

Padmini Barik

Others

3  

Padmini Barik

Others

ତୁମ ପାଇଁ

ତୁମ ପାଇଁ

1 min
33


 ଧିରେ ଧିରେ ତୁମେ ଆସ

   ପୃଥିବୀକୁ ହୋଇ ହସ ହସ,

ପହିଲି ଛୁଆଁ ଗୋ ତୁମେ

  ଚାତକ ର ପ୍ରତୀକ୍ଷା ପୀୟୂଷ।

ତୁମ ପାଇଁ ମାଟି ଗନ୍ଧେ

  ପବନ ବି ହୋଇଛି ବିଭୋର,

ପ୍ରକୃତିର ଅଙ୍ଗେ ଅଙ୍ଗେ 

   ଚୁମିଯାଏ ବିରହୀ କେଦାର।

ରିମ୍ ଝିମ୍ ପାଦଶବ୍ଦେ 

   ଚପଳା ବି ନାଚୁଛି ଅଧିରେ,

 ଭ୍ରମରକୁ ପାଖେ ପାଇ

   ଫୁଲମାନେ ମରନ୍ତି ଲାଜରେ।

କଳା ବାଦଲର ସାଥେ

   ଘଡ଼ଘଡ଼ି ଛାଡୁଅଛି ରଡ଼ି,

ରୋଗ,ଶୋକ,ଦୁଃଖ ଯେତେ

   ପୃଥିବୀରୁ ଦେବାପାଇଁ ତଡି।

ବଇଶାଖୀ ତପ୍ତ ଝାଞ୍ଜି

    ସ୍ଵେଦଭରା ପ୍ରଖର ନିଶ୍ୱାସ,

କ୍ଷଣକେ ପ୍ରଶାନ୍ତି ଲଭେ

   ପାଇ ତୁମ ଶୀତଳ ସ୍ପରଶ।

ବିନ୍ଦୁ ବିନ୍ଦୁ ଜଳ ରାଶି

    ଜଳାନ୍ତକ ଅରି ଯେ ସାଜିଲା,

ଧୂଳି ଛାଡ଼ି ଧରା ଆଜି

   ୠତୁମତି ନାୟିକା ସାଜିଲା।

ସୃଷ୍ଟି ହେଲା ରତ୍ନଗର୍ଭା

    ପ୍ରସ୍ଫୁଟିତ ଫୁଲ,ଫଳେ ଭରା,

ଅପରୂପା ଧରଣୀର 

   ଭେକମାନେ ପିଟିଲେ ଡେଙ୍ଗୁରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍