Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Barik

Others

3  

Padmini Barik

Others

"ମମତାର ସାକ୍ଷୀ"

"ମମତାର ସାକ୍ଷୀ"

1 min
24


ରାକ୍ଷୀ ନୁହେଁ ଖାଲି ନାଲି ନେଳି ସୂତା 

   ସମ୍ପର୍କର ସେତୁଟିଏ,

ଭାଇର ମଙ୍ଗଳ ରକ୍ଷା କବଚ ଏ

   ଭଉଣୀ ଯାହା ପିନ୍ଧାଏ।

ମମତାର ଅର୍ଘ୍ୟ ଦେଇଥାଏ ଭାଇ

   ଭଉଣୀ ମନକୁ ଜାଣି ,

ଅକୁହା ସମ୍ପର୍କ ଆଦେଖା ରାଜ୍ୟରେ

   ଅଶ୍ରୁ ବିନ୍ଦୁ ଆଣେ ଟାଣି ।

ବସ୍ତୁବାଦୀ ଏଇ ଦୁନିଆ ଦାଣ୍ଡରେ

    ରାକ୍ଷୀର ମୂଲ ହଜଇ,

ଅତୁଟ ସମ୍ପର୍କ ବୁଦ୍ ବୁଦ୍ ପରାଏ

   ଯାଏ ଜଳେ ଲୀନ ହୋଇ।

ରକ୍ଷାବନ୍ଧନ ଏ ବଳଦେବ ଜନ୍ମ

   ଗହ୍ମା ପୂର୍ଣ୍ଣିମା ଉତ୍ସବ ,

ଗୋ ପୂଜା ଏହାର ମହାନ ଅଂଶଟି

   ଓଡ଼ିଶାର ଗୋ' ପରବ ।

ଘର ପୂରିଯାଏ ପିଠା ଓ ମିଠାରେ

   ସଭିଙ୍କ ମନ ଆନନ୍ଦ,

ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଭାଇ

   ପାଏ ସାରଗର ଚାନ୍ଦ।

ମନେ ମନେ ଭାଇ ଭାବେଟି ସେଦିନ

   ଦେବି ତୋ ରାକ୍ଷୀ ପାଉଣା ,

ହାତେ ତୋର ଦେବି ରାଜା ପୁଅ ଆଣି

   ସୁଖେ ନ କରିବ ଊଣା ।

ସାରାଦିନ ଭାଇ ବୁଲୁ ଥାଏ ବାନ୍ଧି 

   ଗେହ୍ଲା ଭଉଣୀର ରାକ୍ଷୀ ,

ଜଗା,ବାଳିଆଙ୍କ ସୁଭଦ୍ରା ଭଉଣୀ

   ଦୁଇ ଭାଇଙ୍କର ଆକ୍ଷି 

ମମତାର ସାକ୍ଷୀ ଅଟେ ଏହି ରାକ୍ଷୀ

   ମଧୁର ମିଳନ ଘଡି ,

ଓଡ଼ିଆ ଜାତିର ମହାନ ସଂସ୍କୃତି

   ଭଗିନୀର ଆଶା ବାଡ଼ି।



Rate this content
Log in