STORYMIRROR

Dr Kulangar

Others

3  

Dr Kulangar

Others

ବର୍ଷାଲୋଜି

ବର୍ଷାଲୋଜି

1 min
25.8K


#ବର୍ଷାଲୋଜି

 

ବର୍ଷା ପ୍ରେମପରି,

ଭିଜିବାକୁ ଭଲ ଲାଗେ!

ଅତି ଭିଜିଲେ ଦେହ ଖରାପ!!

 

ପ୍ରତିବର୍ଷ ବର୍ଷା ସହ ମଣିଷର ଭେଟ ହୁଏ,

ମଣିଷ ପୁ୍ରୁଣା ଲାଗେ!

ବର୍ଷା କିନ୍ତୁ ସବୁବେଳେ ଲାଗେ ଅର୍ଖନୂଆ!!

 

ବର୍ଷା ଗୋଟେ ଆତଙ୍କବାଦୀ,

ବିଜୁଳି ଜରିଆରେ ହତ୍ୟାକରେ ସିଏ!

ଦୁର୍ଘଟଣା ଓ ବନ୍ୟାରେ ବି ତା ହାତ ଅଛି!!

 

ମଣିଷର ମନ ଶୁଖିଲା, 

ସିଏ ଓଦା ହେବା ବିରୁଦ୍ଧରେ!

ବର୍ଷାଠୁ ବର୍ତ୍ତିବାକୁ ଫନ୍ଦିଫିକର କରେ!!

 

ବର୍ଷା ଦୟାଳୁ,

ଆଖିରୁ ଅଜସ୍ର ଲୁହ ଝରେଇ

ଚାଷୀଭାଇକୁ ସାହାଯ୍ୟ କରେ!!

 

ମଣିଷ କେବେକେବେ ବର୍ଷିଯାଏ,

ବର୍ଷା କିନ୍ତୁ ସ୍ୱାଭିମାନୀ!

ମଣିଷ ହେବାକୁ ସିଏ ଚେଷ୍ଟା କରେନି!

 

ଡ.କୁଳାଙ୍ଗାର 

୯୩୩୮୫୮୧୩୦୯


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍