STORYMIRROR

ZYOTSNA PATRAW

Abstract

2  

ZYOTSNA PATRAW

Abstract

ସମ୍ରାଟ ଫକୀର

ସମ୍ରାଟ ଫକୀର

1 min
3.4K

ହେ ସମ୍ରାଟ 

ତମେ ବସିଛ ମିଛର ଗାଦିରେ

ତମ ପାଇଁ ମିଛ ନିଲାମ ହୁଏ

ନୀରବରେ 

ଆଉ କେତେ ଚେୟାର ଉପରେ।


ହେ ସମ୍ରାଟ

ତମେ ନିଜେ ଏକ ବିରାଟ କ୍ଷତ

ତମ ଛାତି ତଳେ କ୍ଲାନ୍ତ କବର

ନିଜ କୀର୍ତ୍ତି ପାଇଁ 

ତମେ ସାଜ ଲମ୍ପଟ ଈଶ୍ୱର।


ହେ ସମ୍ରାଟ

ତମେ ଦେଖିନ ସତର ସୁଡ଼ଙ୍ଗ

ଦେଖିନ ତୁମ ବସ୍ତ୍ର ତଳେ ଥିବା

ଗଦା ଗଦା ଅନ୍ଧାରକୁ

ଦେଖିନ ତମେ

ସତ ପାଇଁ କିଏ ପଣବନ୍ଦୀ

କରିଛି ନିଜକୁ।


ହେ ସମ୍ରାଟ

ତମେ ସତ ଦେଖି ବି ଅନ୍ଧ

ସତ ଶୁଣିବି ବଧିର

ଅସରନ୍ତି ହତାଶର

ଚିରକାଳ ସମ୍ରାଟ ଫକୀର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract