STORYMIRROR

ZYOTSNA PATRAW

Inspirational

3  

ZYOTSNA PATRAW

Inspirational

ବାପା

ବାପା

1 min
169

ବାପା ! 

ତମେ ଥିଲେ ଭୋକ ଲାଗେ

ଦୋକାନ ଆଗରେ

ଲାଳ ବୋହି ଖସି ପଡେ

ବୁକୁର କାନ୍ଥରେ

ତମର ସବୁ ନାହିଁ

ମୋ ପାଖରେ ହାରେ।

ବାପା !

ତମେ ଥିଲେ ମନ ଲାଖେ

ମଖମଲି ପୋଷାକରେ

ନୂଆ ଚପଲର ଟପ୍ ଟପ୍ ଶବ୍ଦରେ 

ତମର ସବୁ ନାହିଁ

ମୋ ପାଖରେ ହାରେ।

ବାପା!

ତମେ ଥିଲେ

ପୃଥିବୀଟା ଲାଗେ

ପୁରାପୁରି ମୋର

ଆକାଶଟା ମୋର

ତମ ନିଃଶ୍ୱାସରେ ମୋ ନିଃଶ୍ୱାସ

ଉଡ଼େ ଫର ଫର।

ବାପା !

ତମେ ଥିଲେ

ଖରା ତାତେନି ଶୀତ ମାଡେନି

ମୋ ପାଇଁକି ତମେ ଗଢ 

ସ୍ବପ୍ନର ସହର

କୋହ ଲୁହ ସବୁକୁଲୁଚାଇ

ପିଅ ତମେ ତ୍ୟାଗର ଜହର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational