STORYMIRROR

ZYOTSNA PATRAW

Tragedy Fantasy

3  

ZYOTSNA PATRAW

Tragedy Fantasy

ମୁଁ ନୁହେଁ କି ବଡ ବୈଜ୍ଞାନିକ

ମୁଁ ନୁହେଁ କି ବଡ ବୈଜ୍ଞାନିକ

1 min
331

ମଙ୍ଗଳ ଗ୍ରହରେ 

ମନୁଷ୍ୟର ସ୍ଥିତିକୁ ନ ଖୋଜି 

ମନୁଷ୍ୟ ଭିତରେ ମଙ୍ଗଳକୁ (ଭଲ )

ଖୋଜୁ ଥିବା 

ବୈଜ୍ଞାନିକଟିଏ ମୁଁ 


ହିଂସ୍ର ପଶୁ ଖୋଲା ଖୋଲି 

ବୁଲୁଥିବା ବେଳେ 

ଗାଈର ବେକରେ ପଘା 

ବାନ୍ଧିବାର କାରଣ ଖୋଜୁଥିବା 

ବୈଜ୍ଞାନିକଟିଏ ମୁଁ 


ଦାରିଦ୍ର୍ୟତା ରାସ୍ତା ସାରା 

ଚିତ୍କାର କରୁଥିବା ବେଳେ 

ନାମୀ ଦାମୀ ଶ୍ମଶାନ ଘାଟକୁ ଜଗିବାରେ ଟଙ୍କା ଖର୍ଚ୍ଚର 

କାରଣ ଖୋଜୁଥିବା 

ବୈଜ୍ଞାନିକଟିଏ ମୁଁ


ଆହୁରି ଅନେକ ଅକାରଣେ 

କାରଣ ଖୋଜି ଖୋଜି 

ବଡ ବୈଜ୍ଞାନିକ ହେବାପାଇଁ 

ସପନ ଦେଖିଥିବା 

ବୈଜ୍ଞାନିକଟିଏ ମୁଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy