STORYMIRROR

ZYOTSNA PATRAW

Others

2  

ZYOTSNA PATRAW

Others

ବିଚିତ୍ର ଚର୍ବି

ବିଚିତ୍ର ଚର୍ବି

1 min
423

ଅଫିସର ହେବା ପୂର୍ବରୁ

ଦେହରେ ଚର୍ବି ଲାଗୁଥିଲା

ଧିରେ ଧିରେ କେବେ କେବେ

ଅକାଳେ ସକାଳେ

ରବିବାରେ ବୁଧବାରେ ।


ଚର୍ବି ଗଜେଇ ଆସିଲା ବେଳକୁ

ଦରମାର ଶେଷ କେଇ ଫର୍ଦ୍ଦ

ଟଣା ଓଟରା ଏ ହାତରୁ ସେ ହାତ

ସଞ୍ଚୟ ପେଡିଟା ଛାତି ଚିରି କରୁଥିଲା

ଖାଲି ଉପହାସ ।


ଏବେ କିନ୍ତୁ ଅଫିସର ହେଲା ପରେ

ଦେହ ସହ ମନ ସାରା ଚର୍ବି

ପାଦର ଚପଲରେ ଚର୍ବି

ହାତର ଘଣ୍ଟାରେ ଚର୍ବି

ପ୍ୟାଣ୍ଟ୍ ଶାର୍ଟ୍ ରେ ଚର୍ବି

ଦେହର ସୁଗନ୍ଧରେ ଚର୍ବି

କଥାରେ ଚର୍ବି

ହସରେ ଚର୍ବି

ଠାଣିରେ ଚର୍ବି

ଗର୍ବରେ ଚର୍ବି

ମିଳିଗଲା ପରେ ଅଫିସର ପଦବୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍