STORYMIRROR

ZYOTSNA PATRAW

Abstract Others

3  

ZYOTSNA PATRAW

Abstract Others

ଓଠ

ଓଠ

1 min
148

ହାତ ଏବେ ହାତକୁ ଡରୁଛି

ନିଃଶ୍ୱାସ ନିଃଶ୍ୱାସକୁ ଦୂରେଇଛି

କିନ୍ତୁ ଓଠ ଏବେ ଓଠକୁ ଡାକୁଛି।


ହାତରେ ଜୀବାଣୁ ଆସୁଛି ମରୁଛି

ନିଃଶ୍ୱାସରେ ବିଶ୍ଵାସର 

ରାହାଟା ତୁଟିଛି 

ଓଠ କିନ୍ତୁ ଓଠକୁ ଡାକୁଛି।


ଏବେ ନିଃଶ୍ୱାସ ପିନ୍ଧିଛି

ପୋଷାକ ମାସ୍କର

ହାତ ପାଇଁ କିଣା ବିକା 

ଭଳି ଭଳି ସାନିଟାଇଜର

ଓଠକୁ ମାଜିବା ପାଇଁ ଅଛି ଖାଲି 

ପ୍ରେମର ଜହର।


ପ୍ରେମର ଓଠକୁ ମାଜିବା ପାଇଁ 

ଦରକାର ଆଉ ଗୋଟେ 

ଝଙ୍କାଳିଆ ଓଠ

ଯାହା ଘଷି ହେଲେ ହସୁଥିବ

 ଖିଲି ଖିଲି ନାଚୁଥିବ 

ନ ଡରି କରୋନାରେ

ଖାଲି ବିଶ୍ୱାସରେ ଭଲ ପାଇବାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract