ମାଆ ମୋତେ ଜନମ ଦିଅନି
ମାଆ ମୋତେ ଜନମ ଦିଅନି
ମାଆ ମୋତେ ଜନମ ଦିଅନି
ଏଇ ମାଟି ପାଣି ପବନ ସହ
ମୁଁ ଲଢ଼ି ପାରିବିନି ।
ମାଆ ମୋତେ ଜନମ ଦିଅନି
କଂକ୍ରିଟ ସିମେଣ୍ଟ ଉପରେ
ଜନମ ଦେଇ ମୋତେ
ନିଷ୍ଠୁର କରନି ଯଦି ମୁଁ
ଏନ୍ତୁଡ଼ି ଶାଳର ମାଟି ବାସ୍ନା
କେବେ ହେଲେ ପାଇବିନି ।
ମାଆ ମୋତେ ଜନମ ଦିଅନି
ତମ କ୍ଷୀର ବଦଳରେ
ଭେଜାଲ ଚାହୁଁନି
ମୋ କଥା ବୁଝିବାକୁ
ତମ ସମୟ ହେବନି ।
ମାଆ ମୋତେ ଜନମ ଦିଅନି
ହାଣ୍ଡିରେ ଢେଉ ଖେଳୁଥିବା
ଡହ ଡହ ରୋଗିଣା ଖାଦ୍ୟ
ମୁଁ ଜମାରୁ ଚାହୁଁନି ।
ମାଆ ମୋତେ ଜନମ ଦିଅନି
ଏକା ଏକା ନିଃସଙ୍ଗ ଜୀବନ
ମୁଁ ଜିଇ ପାରିବିନି
ମୋତେ ପୃଥିବୀକୁ ଜମାରୁ ନିଏନି
ସାରା ଦିନ ଯଦି ତୁମେ
ମୋ ପାଖରେ ରହିପାରିବନି ।
