STORYMIRROR

ZYOTSNA PATRAW

Others

4  

ZYOTSNA PATRAW

Others

ଭାଳି ଭାଳି ଭଲ

ଭାଳି ଭାଳି ଭଲ

1 min
474

ଭାଳି ଭାଳି ଭଲ ମନ୍ଦ ଲୋକଙ୍କର 

ହୋଇଲଣି କଳା କାଠ 

କାହିଁକି ହେ ପ୍ରଭୁ ମଉନେ ବସିକି 

ନିଜକୁ ଦେଖାଅ ଶ୍ରେଷ୍ଠ 


ଦେଖି ଦେଖି ଦୁଃଖ ତୁମ ଚକା ଆଖି 

ଅବଶ ହେଲାଣି ଏବେ  

କେତେକାଳ ଆଉ ନୀରବେ ନୀରବେ

ସହିବ ଯାତନା ଭବେ 


ଦେଇ ଦେଇ ସୁଖ ଦୁଃଖିର ଥାଳରେ 

ଥକିନାହଁ କିବା ହରି

ସୁଖ ଦାତା ତୁମେ ଦୁଃଖ ହାରି ବୋଲି

ନେଉଛ ପାପୀଙ୍କୁ ତରି 


ଦୟା ମୟ ତୁମେ ଦୟା ସାଗରରେ 

ବାହି ନିଅ ପାପ ଭାରା

ଭାବେ ତୁମେ ଥାଇ ଅଭାବୀ ଜନକୁ 

ନ ଦିଅ ଯେ କେବେ ଧରା 


ପାପ ପଙ୍କିଳରୁ ବାର ବାର ତୁମେ 

ଆଣୁଛ ପୁଣ୍ୟର ଧାରେ 

ତଥାପି ଏ ମନ ନିତି କାହିଁ ପାଇଁ 

ନରକେ ଜୀବନ ସାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍