STORYMIRROR

Narayan chandra Senapati

Abstract Others

3  

Narayan chandra Senapati

Abstract Others

ଅସଲ ଚାବିକାଠି

ଅସଲ ଚାବିକାଠି

1 min
185


ଦୁନିଆଁର ସମସ୍ତ ଚାବିକାଠି ଗୁଡାକ ଆଜି ମୁଦିଆଠୁ ଅଲଗା,

ଇତସ୍ତତଃ ହୋଇ ପଡ଼ିଛନ୍ତି

ସତେ ଯେମିତି ଅଦରକାରୀ ହୋଇ,

ଚାହିଁ ରହିଛନ୍ତି...........

ସମ୍ମେଳନରେ ଛନ୍ଦା ଛନ୍ଦି ହୋଇ

ଗଢି ଉଠିବେ 

ଏକ ସଜଡ଼ା ସାଇତା ସରାଗର ଏକ ଚାବିକାଠିମାଳ ।


ଶୂନ୍ୟ ପୃଥିବୀର ପୂର୍ଣ୍ଣ କୋଠରୀରେ

ସତେ ଯେମିତି ସବୁକିଛି ଭରପୁର

ପ୍ରାକୃତିକ, କୃତ୍ରିମ ସମ୍ପଦ ମାନର ଭଣ୍ଡାର

ଯେଉଁଠି ସ୍ୱୟଂ ସ୍ରଷ୍ଟା ପକାଇଛନ୍ତି ଶକ୍ତ କୁହୁକ ଚାବି

କାଠିମାନ ଅର୍ପଣ କରିଛନ୍ତି

ଆମ ମନରେ,ବିବେକରେ, ବୁଦ୍ଧିରେ,ଜ୍ଞାନରେ ଓ ସମ୍ପର୍କରେ।


ହେଲେ ଦୁଃଖଲାଗେ.... 

ସାମ୍ପ୍ରତିକ ସମାଜର କଦର୍ଯ୍ୟ କଦାକାର ପ୍ରତିଛବି ଦେଖି,

ରାଜନୈତିକ କୂଟଚକ୍ରାନ୍ତକାରୀ ଆଜି ପକାଉଛି ଛଳନାର ଚାବି

ଜ୍ଞାନ ବୁଦ୍ଧି ବିଚାରର ଅଧିକାରୀ ବିଚରାମାନେ

ଉପହସିତ ହୁଅନ୍ତି ଧରି ଚାବିକାଠି ମାଳ ମାଳ

କଦାପି ଖୋଲେନା ତାଙ୍କ ଅସଲ ଚାବିକାଠି

ନକଲି ଚାବିକୁ ଖୋଲି ।


ହେ ଆତ୍ମନ......

ସରାଗର ଫୁଲତୋଡାକୁ ଅର୍ପଣ କର ଆଗ୍ରହର ପାଦ ପଦ୍ମରେ

ଆଶା ଆକାଂକ୍ଷାର ଚାବିକୁ ଖୋଲ

ବିଶ୍ୱାସ,ଆତ୍ମପ୍ରତ୍ୟୟ ନିଷ୍ଠାର ଚାବିକାଠି ମାଳରେ

ଅବଶ୍ୟ ଖୋଲିବ ଚାବି

ସଫଳତାର ଚିଜ ଧରିବ ଆମ ହାତକୁ ଜାବୁଡି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract