ହେବି ଭାଗ୍ୟବାନ
ହେବି ଭାଗ୍ୟବାନ
ରୂପ ଯଉଁଠି ଛନଛନ ଯୌବନ
ଗାଲ ଯଉଁଠି କନକନ ମଧୁବନ
କାନ୍ତି ଯଉଁଠି ଢଳଢଳ ଫୁଲଚନ୍ଦନ
ସୌନ୍ଦର୍ଯ୍ୟ ଯଉଁଠି ଶତଦଳ ସଘନ
ସେ ଯାଗାରେ ଉଙ୍କିମାରେ ତିଳ ଚିହ୍ନ----
ଲାଜ ଯଉଁଠି ଗହଣା ଦେହ ଦେଉଳେ
ହସ ଯଉଁଠି ସଣ୍ଠଣା ମୁଖ ମୟୂଖେ
ଆଖି ଯଉଁଠି ତରଣୀ ମନ ତରଙ୍ଗେ
ଓଠ ଯଉଁଠି କାହାଣୀ ଭାବ ଉମଙ୍ଗେ
ସେ ଯାଗାରେ ଦେଖିଲି ପ୍ରେମ ଆହ୍ୱାନ -----
ମନରେ ଘାରିଲା ମହୁଲି ନିଶା ଘନଘନ
ଚୁମିବି ତିଳ ଚିହ୍ନ କୁ ଆଜି ମୁଁ ଏହି କ୍ଷଣ
ଲାଗିବ ଚୁମୁଛି ସାରା ଭାଣ୍ଡ ବଦନ
ଲାଗିବ ପ୍ରେମର ସମର୍ଥ ସମର୍ପଣ--- ---
ଶୁଭ ଭାଲେଣ୍ଟାଇନ୍ ଦିନ
ଆଜିର ଅବସର ମହାନ
ଜାଗିଥିବା ଆଶାକୁ କୃତାର୍ଥ କରିବି
ଦେବି ହାର୍ଦ୍ଦିକ ଅଭିନନ୍ଦନ
ଆଉ ଚୁମା ଦେଇ ହେବି ଭାଗ୍ୟବାନ ।

