STORYMIRROR

jagabandhu sahu

Romance

3  

jagabandhu sahu

Romance

ପ୍ରେମ ଦିବସ

ପ୍ରେମ ଦିବସ

1 min
145

ତୁମେ ମୋ ଜୀବନ ମୋ ହୃଦ ସ୍ପନ୍ଦନ

   ତୁମେ ମୋ ଜୀବନ ସାଥି

ତୁମ ସାଥେ ଥାଉ   ଏଭାବ ବନ୍ଧନ

     ଏ ଜୀବନ ଯାଉ ବିତି ।


ଲୋଡା ନାହିଁ ମୋର ଉପହାର କିଛି

    ତୁମେ ମୋ ଜୀବନ ଧନ

ଭଲ ତୁମେ ବୋଲି ଭଲ ମୁଁ ପାଇଲି

     ଦେଲି ମୁଁ ତୁମକୁ ମନ ।


ଏ ପ୍ରେମ ଦିବସେ  ଘେନ ହୃଦୟରୁ

      ଶୁଭେଚ୍ଛା ଅଭିନନ୍ଦନ

ଦୁହେଁ ରହିଥିବା ସଦା ସାଥି ହୋଇ

     ସୁଖରେ କାଟି ଜୀବନ ।


Rate this content
Log in

Similar oriya poem from Romance