ତୁମେ ଆସିବ ବୋଲି
ତୁମେ ଆସିବ ବୋଲି
ତୁମେ ଆସିବ ବୋଲି
ଗାଉଛି ଆବାହନି କୋଇଲି
ଶୀତ ବାନ୍ଧିଲାଣି ତା ଗଣ୍ଠିଲି
ଗଛରେ ବଉଳ ବାସୁଛି ମହୁଲି
ପତ୍ରରେ ମଳୟ ବସିଛି ସାଜି ନହୁଲି
ଏତେ ସବୁ ତୁମେ ଆସିବ ବୋଲି
ମନ ହୁଏ ନାଇ କଜ୍ଜଳ ଅଳତା ଟିକିଲି
ମନ୍ଦିର ଯାଇ ଆସନ୍ତି ବୁଲି
ରାଧା ମାଆ ପାଦ ଦିଶେନା ବୋଲି
ଅଁଳା ନବମୀକୁ ଚାହିଁରହିଛି ଖାଲି
ଆସିବ ବସନ୍ତ ଦେଖିଯିବା ଚାଲି ଚାଲି
ପେଡି ପୁଟୁଳା ବାନ୍ଧି ଯିବନି ଚାଲି
ସବୁ ଋତୁ ଭିତରେ ତୁମେ ରାଜା ବୋଲି
କିଏ ନଜାଣେ କହିଲ ପିକ ଗାଏ କବାଲି
ଋତୁରାଜ ବସନ୍ତ ଥିଲ ଥିବ ଆସନ୍ତା କାଲ
ବାରମାସେ ତେର ଯାତ୍ରା ମହୀରେ ଖାଲି
ଏବେ କର ରାଜ ରାଜ୍ୟରେ ଖେଳିବା ହୋଲି
ହେଉ ଜାଗର ଜାଳି ହୋଇବା ମେଳି ନକରି କଳି
ସବୁଫୁଲ ଫୁଟୁ ତୁମେ ଆସୁଛୁ ବୋଲି କାଲି
ମହୁଲି ନିଶାରେ ନହୁଲି ଚାଲି ପାଦ ପକାଏ କୋଇଲି
ତା ସଙ୍ଗେ ସର୍ବେ ମିଳି ଦେଇ କରତାଳି ଉଠିବା ଫୁଲି
ସମୁଦ୍ରେ ଜୁଆର ପରି ନାଚିବା ଖାଲି
ତୁମେ ଆସିବ ବୋଲି ତୁମେ ଆସିବ ବୁଲି
କରପଲ୍ଲବେ ନିହାର ମୁକ୍ତା ଧରି ଉପହାର ଶିଶିର ଭୁଲି
ଶୀତ ଶରତ ବସନ୍ତ ଖରା ବର୍ଷା ହେମନ୍ତ
ଉଠନ୍ତି ଫୁଲି ତୁମେ ଆସିବ ବୋଲି
ରାଜାଧୀରାଜ ଚାଲି ପକାଇ ଖାଲି ଆସ ଚାଲି

