ପ୍ରେମ
ପ୍ରେମ
ପ୍ରେମ ସତେଜ ସକାଳ ଫୁଲ
କେହି ଦେଇ ପାରେନା ତା ମୂଲ।
ପ୍ରେମ ପହିଲି ସୂର୍ଯ୍ୟର ଆଭା
କେହି ବର୍ଣ୍ଣି ପାରେନା ତା ଶୋଭା।
ପ୍ରେମ ପହିଲି ବର୍ଷାର ଛିଟା
ରୋକି ପାରିବକି ଭିଜିବାଟା।
ପ୍ରେମ ବସନ୍ତରେ କୁହୁତାନ
ସେ ଯେ କିଣି ନେଇଥାଏ ମନ।
ପ୍ରେମ ଫଗୁଣର ଫଗୁ ରଙ୍ଗ
ଛାଡି ପାରିବନି ତାର ସଙ୍ଗ।
ପ୍ରେମ ମହୁଠାରୁ ବେଶୀ ମିଠା
କେହି ଭୁଲେନି ତା ମଧୁରତା।
ପ୍ରେମ ହେଲେ ଯେବେ ହୁଏ ଦେଖା
ଯେହ୍ନେ ପତଙ୍ଗ କୁ ଅଗ୍ନିଶିଖା।