STORYMIRROR

ଅଜୟ କୁମାର ସାହୁ

Romance

3  

ଅଜୟ କୁମାର ସାହୁ

Romance

ଅଚିହ୍ନା ନାୟିକା-୧

ଅଚିହ୍ନା ନାୟିକା-୧

1 min
210

ତୁମେଥିଲ ସେହି ଅଚିହ୍ନା ବାଟର

ଜଣେ ଅଚିହ୍ନା ନାୟିକା,

ଯାହାଙ୍କ ସାଥିରେ ନିତିଦିନ ମୋର

ଅଜାଣତେ ହୁଏ ଦେଖା।


ଅନେକ ଦିନରୁ ତୁମକୁ ଦେଖୁଛି

ସେହି ଅଚିହ୍ନା ବାଟରେ,

ତୁମେ ଆସ ନିତି ସାଇକେଲ ଚଢ଼ି

ମୁଁ ଯାଏ ମୋ ବାଇକ୍-ରେ ।


ତୁମେ ଚାଲିଯାଅ ତୁମରି ଘରକୁ

ମୁଁ ଯାଏ ମୋର କାମରେ,

ପଛକୁ ବୁଲି ତୁମେ କାଳେ ଚାହୁଁଛ

ଦୃଷ୍ଟି ରଖେ ଆଇନାରେ।


ତୁମେ ଚାହଁ ନାହିଁ ସଖୀ ତୁମ ଚାହେଁ

ମୁରୁକି ମୁରୁକି ହସେ,

ସେହି ଦିନ ଠାରୁ ନିତି ମୁଁ ଚାହୁଁଛି

ସେହି ପ୍ରେମର ଆଭାସେ।


ଅନେକ ଦିନ ପରେ ତୁମେ ହସିଲ

ମୋ ଆଡ଼କୁ ଦୃଷ୍ଟି ରଖି,

ଏହା ଦେଖି କେତେ ବିଚଳିତ ହେଲା

ତୁମର ସେ ପ୍ରିୟ ସଖୀ।


ହସର ମାଧ୍ୟମ କୁକୁର ଯେ ଥିଲା

ଦେଖି ମୁଁ ଜାଣିପାରିଲି,

ସେଥିପାଇଁ ଆଜି ସରାଗରେ ଆଗ 

କୁକୁରକୁ ଗେଲ କଲି।



Rate this content
Log in

Similar oriya poem from Romance