STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଅଣୁ ପରମାଣୁ କଥାରେ

ଅଣୁ ପରମାଣୁ କଥାରେ

1 min
316


ଯାହା ପାଟିରୁ ସ୍ଫୁରିଲା

ପାଟିର ଆଁ ଡେଇଁ ବାହାରିଗଲା ଶବ୍ଦବାଣ

ଯାହା ପାଟିରେ ଫୁଟିଲା

ଅଥଚ ଅଟକିଗଲା ଅସ୍ପଷ୍ଟ ଅନୁଭୂତି ବଖାଣ

ଯାହା କହିବାର ଜରୁରୀ ଥିଲା 

ଅଥଚ ପାଟି ଫିଟିଲା ନାହିଁ ମର୍ଯ୍ୟାଦା ପ୍ରମାଣ


ଜୀବନ ମାନେ କ'ଣ ବୁଝି ପାରିଲ କି ?

ଜନ୍ମ - ମୃତ୍ୟୁ ମଧ୍ୟରେ ଶୂନ୍ୟସ୍ଥାନ ପୂରଣ


ଜନ୍ମ ହେଲେ କୁଆଁ କୁଆଁ ପ୍ରମାଣ

ମୁଁହ ମଲାଟରେ ହସ ହସ ସମ୍ଭାଷଣ


ମୃତ୍ୟୁ ହେଲେ ଅନ୍ୟ ଆଖିରେ ରୋଦନ ଋଣ

ନୟନ କୋଣରୁ ଝରିପଡ଼େ ସ୍ବତସ୍ଫୁର୍ତ୍ତ ବର୍ଷଣ

ଅଜାଣତେ ନୟନ ନଦୀରେ ଅଶ୍ରୁ ଅର୍ପଣ 


ପାଦପ ପତ୍ର ପରି ଜୀବନ ସଂପର୍କ 

ଆଜି ସବୁଜ ବଳୟ

କାଲି ପୁଷ୍ପମୟ ଫଳମୟ

ଭବିଷ୍ୟତ ସୁଖିଲା ପତ୍ରଝଡ଼ା ମୁରୁମୟ


ସଂବଧ ଆଉ ସଂପର୍କ 

ବାଲି - ସିମେଣ୍ଟ ପରି ଗୋଳେଇଲେ

ଭାଗ ମାପ ଦେଇ ଫେଣ୍ଟେଇଲେ

ଟାଣ ହେବ ମଜବୁତ୍ ହେବ ଅନେକ ପ୍ରମାଣ


କେବେ ଅନ୍ଦ ମୂକ ବଧିର ଅଭିନୟ

କେବେ ମଧୁର ମିଥ୍ୟାର କମନୀୟ

କେବେ ଜିତୁ ଜିତୁ ହାରିବାର ନମନୀୟ

କରିବାକୁ ହୁଏ ସହିବାକୁ ହୁଏ ଅନିର୍ବଚନୀୟ


ଯେଉଁ ଅଣୁ ପରମାଣୁ କଥାରେ 

ହସ ଅନ୍ୟ ମୁଁହରେ ବାସେ

ବୋଧେ ଏଇଟା ସବୁଠୁଁ ସୁନ୍ଦର


ଯେଉଁ ପଦିଏ ବାର୍ତ୍ତାଳାପରେ 

ମୁରୁକି ହସେ ସହସେ ସରସେ

ବୋଧେ ସେଇଟା ସର୍ବାଦୌ ସୁନ୍ଦର


ଯେଉଁ ଧାଡିଏ ବାକ୍ୟ ବିନୋଦନରେ

ଖିଲିଖିଲି ଖୁସିଫୁଲ ପରଶେ

ବୋଧେ ସବୁଟା ଅନିନ୍ଦ୍ୟ ସୁନ୍ଦର


ସୁନ୍ଦର ସଂସାର ଦିଶେ 

ଆହା କି ମନୋହର

ରହେନା ରୋକେନା କେବେ କାହାପାଇଁ

ବିଭୁଙ୍କ ପୟରେ ଏତିକି 

ମାଗୁଣି ଗୁହାରୀ ମୋର

ଅତି ଆପଣାର ସଂବନ୍ଧ ସଂପର୍କ ବିନା

 କଟୁନି ବିତୁନି ସରୁନି ଅସରନ୍ତି ସମୟ ସାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy