STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଅମୃତ ଅନୁରାଗ

ଅମୃତ ଅନୁରାଗ

1 min
258


ମୋତେ ପୋଖରୀର ଚହଲା ପାଣିରେ

ଇନ୍ଦୁ

ନଈର ନୀଳ ଜଳରାଶି ଉଜାଣିରେ ସିନ୍ଧୁ 

ଝରଣାର କୁଳୁକୁଳୁ ଗୀତ ରାଗିଣୀରେ ବିନ୍ଦୁ

ଭଲଲାଗେ 

କହିଲେ ଡାହା ମିଛ ହେବ

ବହୁତ ଭଲଲାଗେ


କିନ୍ତୁ ତାଙ୍କୁ ମୋ ଆଖି ଭଲଲାଗେ

ମୋ ନୀଳ ଆଖି କୁଆଡ଼େ 

ଅୟୁତ ନିୟୁତ ସପନ ମାଗେ


ମୁଁ ବି ଲାଜେଇ ଯାଏ ଆଗେ ଆଗେ

ଆଖି ମୋ ମୁଦି ହୋଇଯାଏ

ସପନ କି ସତ ପରଖି ପାରିବା ରାଗେ


ଆଉ ଯେତେବେଳେ ସରାଗେ

ସେ କୁହନ୍ତି 

ତୁମ ପୋଟଳ ଚିରା ଆଖିରେ

କେତେ ଯେ ମହୁଲି ମହୁ

ପିଇଲେ ଉଡିଯିବ ହଁସା

ତୁମ ଆଖି ଆଇନାରେ

କେତେ ଯେ ରୂପେଲି କୁହୁ

ଶୁଣିଲେ ବଢିଯିବ ଭରସା


ମୋ ନେତ୍ର ପଟଳେ ଲୁହ ଉତ୍ସବ 

 ହୀରା ମୋତିର ଆନନ୍ଦାନୁଭବ

ଛଳ ଛଳ ବେଗେ ଆବେଗେ ସରାଗ

ଫୁଟି ଉଠେ ସ୍ୱତଃସ୍ଫୁର୍ତ୍ତ ଅମୃତ ଅନୁରାଗ

 

ଆଉ ରାଗରେ କ୍ରୋଧରେ 

ତୁମେ କୁହ ଆକ୍ଷେପ କରି

ଯେବେ ତର୍ଜନି ବିସ୍ତାରୀ

ମୋର କୁଆଡେ ଚାରି ଆଖିଆ ଚାହାଁଣୀ

ବିକଟାଳିଆ କୁଲୁପେଚା ନୟନ ହାଣି

ଦାନବୀ ପରି ଡରେଇ ଦିଏ ଡାହାଣୀ

ଯେବେ ମୋ ଆଡକୁ ଆକର୍ଣ୍ଣ ବୁଲିପଡ଼େ

ଶୁଖିଯାଏ ମୋ ହାଲୁକ 

ଡ଼ରରେ ଝାଳରେ ପେଲେହି ପାଣି


ତୁମ ବକ୍ରୋକ୍ତିର କ୍ଷୁଦ୍ରାତିକ୍ଷୁଦ୍ର 

ଉପମା ଉପମେୟ

କରେ ମୋତେ କ୍ଷତାକ୍ତ ରକ୍ତାକ୍ତ 

ଆଘାତ ଆକ୍ରାନ୍ତ ଆସନ୍ନ ଶରାଘାତ

ସ୍ଥାଣୁ ପାଲଟି ଯାଏ ଅସହାୟ


ଅନ୍ଧୁଣୀ ପାଲଟି ଯାଏ ମୋ ନୟନ ଯୁଗଳ

ଲୁହରେ ଆକ୍ତାମାକ୍ତା ବଦନାଞ୍ଚଳ ପଣତାଞ୍ଚଳ

ମନ ମସ୍ତିସ୍କରେ ପ୍ରଶ୍ନାବଳି ଘନ ଘନ

ହୃଦୟ ଆତ୍ମାରେ କୁଞ୍ଚନ କମ୍ପନ ସଘନ

 ବ୍ୟଥିତ ରୋଗୀ ପକ୍ଷାଘାତ ଯେସନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy