ଅମୃତ ଅନୁରାଗ
ଅମୃତ ଅନୁରାଗ
ମୋତେ ପୋଖରୀର ଚହଲା ପାଣିରେ
ଇନ୍ଦୁ
ନଈର ନୀଳ ଜଳରାଶି ଉଜାଣିରେ ସିନ୍ଧୁ
ଝରଣାର କୁଳୁକୁଳୁ ଗୀତ ରାଗିଣୀରେ ବିନ୍ଦୁ
ଭଲଲାଗେ
କହିଲେ ଡାହା ମିଛ ହେବ
ବହୁତ ଭଲଲାଗେ
କିନ୍ତୁ ତାଙ୍କୁ ମୋ ଆଖି ଭଲଲାଗେ
ମୋ ନୀଳ ଆଖି କୁଆଡ଼େ
ଅୟୁତ ନିୟୁତ ସପନ ମାଗେ
ମୁଁ ବି ଲାଜେଇ ଯାଏ ଆଗେ ଆଗେ
ଆଖି ମୋ ମୁଦି ହୋଇଯାଏ
ସପନ କି ସତ ପରଖି ପାରିବା ରାଗେ
ଆଉ ଯେତେବେଳେ ସରାଗେ
ସେ କୁହନ୍ତି
ତୁମ ପୋଟଳ ଚିରା ଆଖିରେ
କେତେ ଯେ ମହୁଲି ମହୁ
ପିଇଲେ ଉଡିଯିବ ହଁସା
ତୁମ ଆଖି ଆଇନାରେ
କେତେ ଯେ ରୂପେଲି କୁହୁ
ଶୁଣିଲେ ବଢିଯିବ ଭରସା
ମୋ ନେତ୍ର ପଟଳେ ଲୁହ ଉତ୍ସବ
ହୀରା ମୋତିର ଆନନ୍ଦାନୁଭବ
ଛଳ ଛଳ ବେଗେ ଆବେଗେ ସର
ାଗ
ଫୁଟି ଉଠେ ସ୍ୱତଃସ୍ଫୁର୍ତ୍ତ ଅମୃତ ଅନୁରାଗ
ଆଉ ରାଗରେ କ୍ରୋଧରେ
ତୁମେ କୁହ ଆକ୍ଷେପ କରି
ଯେବେ ତର୍ଜନି ବିସ୍ତାରୀ
ମୋର କୁଆଡେ ଚାରି ଆଖିଆ ଚାହାଁଣୀ
ବିକଟାଳିଆ କୁଲୁପେଚା ନୟନ ହାଣି
ଦାନବୀ ପରି ଡରେଇ ଦିଏ ଡାହାଣୀ
ଯେବେ ମୋ ଆଡକୁ ଆକର୍ଣ୍ଣ ବୁଲିପଡ଼େ
ଶୁଖିଯାଏ ମୋ ହାଲୁକ
ଡ଼ରରେ ଝାଳରେ ପେଲେହି ପାଣି
ତୁମ ବକ୍ରୋକ୍ତିର କ୍ଷୁଦ୍ରାତିକ୍ଷୁଦ୍ର
ଉପମା ଉପମେୟ
କରେ ମୋତେ କ୍ଷତାକ୍ତ ରକ୍ତାକ୍ତ
ଆଘାତ ଆକ୍ରାନ୍ତ ଆସନ୍ନ ଶରାଘାତ
ସ୍ଥାଣୁ ପାଲଟି ଯାଏ ଅସହାୟ
ଅନ୍ଧୁଣୀ ପାଲଟି ଯାଏ ମୋ ନୟନ ଯୁଗଳ
ଲୁହରେ ଆକ୍ତାମାକ୍ତା ବଦନାଞ୍ଚଳ ପଣତାଞ୍ଚଳ
ମନ ମସ୍ତିସ୍କରେ ପ୍ରଶ୍ନାବଳି ଘନ ଘନ
ହୃଦୟ ଆତ୍ମାରେ କୁଞ୍ଚନ କମ୍ପନ ସଘନ
ବ୍ୟଥିତ ରୋଗୀ ପକ୍ଷାଘାତ ଯେସନ