STORYMIRROR

Ram Prasad Bisoi

Romance Fantasy Others

3  

Ram Prasad Bisoi

Romance Fantasy Others

ଅନୁଭୂତି-ପ୍ରେମର ଆହୁତିରେ--

ଅନୁଭୂତି-ପ୍ରେମର ଆହୁତିରେ--

2 mins
28.4K


ଅନୁଭୂତି-ପ୍ରେମର ଆହୁତିରେ--*

ମନ କହିଲା ଓଠକୁ

ଦେଖେ ,ସେ ଚାହିଁ ହସୁଛି,

ତା ନାଲି ଗାଲ ,ଶରୀରର ଭାଷା କହୁଛି,

ଖୋଜୁଛି ତତେ ନିରୋଳା ବେଳାଭୂମିର

ଛାତିରେ ଛାଡି ଯିବାକୁ କିଛି 

ସ୍ମୃତିର ପାଦଚିହ୍ନ ତୋ ସହ ଚାଲି ହାତ ଧରି,

ତୁ ବି ଟିକେ ହସିଦେ 

ମୁରକି ମୁରକି

ଯାହା କୁହେ ନି ପ୍ରେମିକା

କହି ଦିଏ ପରା 

ତା ଆଖିର ଚଞ୍ଚଳତା,

ଦେହର ଭାଷା

ନ କହୁ ଚୁପ ରହିଥାଉ,

ତୁ ତା ସପନବଣିକ,

ତା ଠାରୁ ତାକୁ ଚୋରାଇ ନେଇ ଯିବୁ ନି,

ଏ ଏ ଏ ଏ 

ନୀଳ ନୀରବତା ସାଗର ବୁକୁର ,ଯାଆ , 

ଦର୍ପଣକୁ ପଚାରେ,ମୁଁ ତୋର କିଏ ? 

କଣ ? ତୋର ମୋର ସମ୍ପର୍କ,

ନୁହେଁ ଅବା କଣ ?

ଆଉ ଅନନ୍ୟ ଏକ 

#ଅନୁଭୂତି

ପ୍ରେମର ଆହୁତିରେ---------!

©®କାଶ୍ୟପ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance