STORYMIRROR

Panchanan Jena

Fantasy

4  

Panchanan Jena

Fantasy

ରଙ୍ଗ ଉମଙ୍ଗ

ରଙ୍ଗ ଉମଙ୍ଗ

1 min
17


ନୀରବତା ହିଁ ଶିଖାଏ ଭକ୍ତି 

ଉକ୍ତି ଯୁକ୍ତି ଠାରୁ ବଂଚାଏ ଶକ୍ତି

ପ୍ରତିଧ୍ଵନୀ ହିଁ ଆଣେ ଆଶକ୍ତି

ମତି ଗତିରେ ରାସ୍ତା ବଦଳାଏ ମୁକ୍ତି


ଶ୍ରବଣ ହିଁ ଅଧା ଗ୍ରହଣ

ମୁଣ୍ଡ ତୁଣ୍ଡରେ ସ୍ଫୁରିଲେ ନବ ଜାଗରଣ

ମୁଣ୍ଡ ଟୁଙ୍ଗାରିବା ହିଁ ଅନ୍ଧ ସମ୍ମାନ

ଦୁର୍ବଳର ବଂଚିବାର ସମ୍ୟକ ବ୍ୟାକରଣ


ଦର୍ଶନ ହିଁ ସିଧା ବର୍ଣ୍ଣନ

ମନ ମଗଜକୁ ଛୁଇଁଗଲେ ଅବର୍ଣ୍ଣନୀୟ ଜ୍ଞାନ

ଦର୍ଶନ କରୁ କରୁ ମୁହଁ ବାଆଁରେଇବା

ମନ ଦର୍ଶନରେ ସିଧା ନାତିଶିତୋଷ୍ଣ ପ୍ରଦର୍ଶନ


ଗମନ ହିଁ ପ୍ରକୃତି ଦର୍ଶନ

ହୃଦ କନ୍ଦରକୁ ମୋହିଗଲେ ପ୍ରେମ ପତଙ୍ଗ

ଭ୍ରମ ଅଳନ୍ଧୁ ଆଡେଇ ଖୋଜେ ନୂଆ ତରଙ୍ଗ

ନୂଆ ୠତୁରେ ବାଣ୍ଚେ ସାତରଙ୍ଗୀ ରଙ୍ଗ ଉମଙ୍ଗ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy