STORYMIRROR

Narayan chandra Nayak

Fantasy

4  

Narayan chandra Nayak

Fantasy

ଦୀପାବଳି ଆମେ ଖୁସିରେ ପାଳିବୁ

ଦୀପାବଳି ଆମେ ଖୁସିରେ ପାଳିବୁ

1 min
406


ବରଷକେ ପରେ ଆଜି

ଆସିଛି ବୋଲି ଦୀପାବଳି

ବୋଉ ଆମର ଘର ଆଗରେ

ଆଂକିଛି ଚିତ୍ର ଭଳକି ଭଳି

ନାନା ରଙ୍ଗର ମୁରୁଜ ବୁଣି

ଚଉଁରା ମୂଳେ ଜାଳିଅଛି ଦୀପାଳି। 


ଛେନା,ନଡିଆ,ଗୁଡ ପୁର ଦେଇ

ଗଢିଛି ମଣ୍ଡା, କାକରା ପିଠା

ବୁଢା ଚକୁଳି, କରଞ୍ଜି, ଛୁଞ୍ଚିପତର, 

ଆରିସା ସାଥେ କ୍ଷୀର ଗଇଁଠା

ଶ୍ରଦ୍ଧା ରେ ବୋଉ ପାଖକୁ ଡାକି

ଆମକୁ ଦେବ ବୋଲି ସୁସ୍ବାଦୁ ପିଠା। 


ବାପା ଆମର ବଜାରରୁ

ଆଣଛନ୍ତି ନାନା ରକମର ବାଣ

ଝରଝରି, ଧପଧପି,କୁମ୍ପି ସହ

ତାଳଫୋଟକା, ତେଲୁଣି ବାଣ

ଢୋ ଢା କରି ଆମେ ବାଣ ଫୁଟାଇ

ଚତୁର୍ଦ୍ଦିଗେ ଖେଳାଇବୁ କମ୍ପନ। 


ଘର ଅଗଣା ଦାଣ୍ତ ଦୁଆରେ

ଆମେ ମହମବତୀ ଜଳାଇବୁ

ପୟାଶ୍ରାଦ୍ଧ ପକାଇବା ବେଳେ

ଆମେ ବାପାଙ୍କ ପାଖରେ ବସିବୁ

ପିତୃପୁରୁଷଙ୍କୁ ସ୍ମରଣ କରିକି

କାଉଁରିଆ କାଠି ଜଳାଇବୁ। 


ପିମ୍ପେଇ କାଠିକୁ ଜାଳି

ବଡବଡୁଆ ଙ୍କୁ ଡାକିବୁ

ଅନ୍ଧାର ରେ ଆସି ଆଲୁଅରେ

ଯିବା ପାଇଁକି ଆମେ କହିବୁ

ପ୍ରତିବର୍ଷ ଭଳି ଆଜିବି ଆମେ

ଦୀପାବଳି ଖୁସିରେ ପାଳିବୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy