ଦୀପାବଳି ଆମେ ଖୁସିରେ ପାଳିବୁ
ଦୀପାବଳି ଆମେ ଖୁସିରେ ପାଳିବୁ
ବରଷକେ ପରେ ଆଜି
ଆସିଛି ବୋଲି ଦୀପାବଳି
ବୋଉ ଆମର ଘର ଆଗରେ
ଆଂକିଛି ଚିତ୍ର ଭଳକି ଭଳି
ନାନା ରଙ୍ଗର ମୁରୁଜ ବୁଣି
ଚଉଁରା ମୂଳେ ଜାଳିଛି ଦୀପାଳି।
ଛେନା,ନଡିଆ,ଗୁଡ ପୁର ଦେଇ
ଗଢିଛି ମଣ୍ଡା, କାକରା ପିଠା
ବୁଢା ଚକୁଳି, କରଞ୍ଜି, ଛୁଞ୍ଚିପତର,
ଆରିସା ସାଥେ କ୍ଷୀର ଗଇଁଠା
ଶ୍ରଦ୍ଧା ରେ ବୋଉ ପାଖକୁ ଡାକି
ଆମକୁ ଦେବ ସୁସ୍ବାଦୁ ପିଠା।
ବାପା ଆମର ବଜାର ରୁ
ଆଣଛନ୍ତି ନାନା ରକମର ବାଣ
ଝରଝରି, ଧପଧପି,କୁମ୍ପି ସହ
ତାଳଫୋଟକା, ତେଲୁଣି ବାଣ
ଢୋ ଢା କରି ବାଣ ଫୁଟାଇ
ଚତୁର୍ଦ୍ଦିଗେ ଖେଳାଇବୁ କମ୍ପନ।
ଘର ଅଗଣା ଦାଣ୍ତ ଦୁଆରେ
ଆମେ ମହମବତୀ ଜଳାଇବୁ
ପୟାଶ୍ରାଦ୍ଧ ପକାଇବା ବେଳେ
ଆମେ ବାପାଙ୍କ ପାଖରେ ବସିବୁ
ପିତୃପୁରୁଷଙ୍କୁ ସ୍ମରଣ କରିକି
କାଉଁରିଆ କାଠି ଜଳାଇବୁ।
ପିମ୍ପେଇ କାଠିକୁ ଜାଳି
ବଡବଡୁଆ ଙ୍କୁ ଡାକିବୁ
ଅନ୍ଧାର ରେ ଆସି ଆଲୁଅରେ
ଯିବା ପାଇଁକି କହିବୁ
ପ୍ରତିବର୍ଷ ଭଳି ଆଜିବି
ଦୀପାବଳି ଖୁସିରେ ପାଳିବୁ।
