STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

ଜୀବନ

ଜୀବନ

1 min
127


ଆସିଥିଲେ ଦିନେ ଫେରିଯିବା ଦିନେ

ଏଇତ ସଂସାର ନିତି

ଦୁଇ ପାଖେ ଦୁଇ ନିଆଁ ରହି ଅଛି

ଦୁନିଆଁର ଏହି ରୀତି।


ଅଳିକ ସପନ ଭିଜି ଯାଏ ମନ

ହଜିଯାଏ ସଂସାର ରେ

ଅଙ୍କା ବଙ୍କା ଏହି ଜୀବନ ପଥରେ

ମୋହିତ ହୁଏ ମୋହରେ।


ନିଃଶ୍ୱାସ ବିଶ୍ୱାସ ନାହିଁ ଏହା ସତ୍ୟ

ବିଦାୟ ବେଳର ଦୁଃଖ

ମାଟିକୁ ଛୁଇଁଲେ ପରିବାର ହସେ

ଅଜାଡ଼ି ଅମାପ ସୁଖ।


ଜୀବନ ନଉକା ଧୀରେ ଧୀରେ ଗତି

ପରିଶେଷ ଏହା ସ୍ଥିର

ଏନ୍ତୁଡ଼ି ଶାଳ ରୁ ସମସାନ ଯାଏ

ଗତି ଜୀବନ ର ଧାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy