STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

ଜୀବନ

ଜୀବନ

1 min
124


ଆସିଥିଲେ ଦିନେ ଫେରିଯିବା ଦିନେ

ଏଇତ ସଂସାର ନିତି

ଦୁଇ ପାଖେ ଦୁଇ ନିଆଁ ରହି ଅଛି

ଦୁନିଆଁର ଏହି ରୀତି।


ଅଳିକ ସପନ ଭିଜି ଯାଏ ମନ

ହଜିଯାଏ ସଂସାର ରେ

ଅଙ୍କା ବଙ୍କା ଏହି ଜୀବନ ପଥରେ

ମୋହିତ ହୁଏ ମୋହରେ।


ନିଃଶ୍ୱାସ ବିଶ୍ୱାସ ନାହିଁ ଏହା ସତ୍ୟ

ବିଦାୟ ବେଳର ଦୁଃଖ

ମାଟିକୁ ଛୁଇଁଲେ ପରିବାର ହସେ

ଅଜାଡ଼ି ଅମାପ ସୁଖ।


ଜୀବନ ନଉକା ଧୀରେ ଧୀରେ ଗତି

ପରିଶେଷ ଏହା ସ୍ଥିର

ଏନ୍ତୁଡ଼ି ଶାଳ ରୁ ସମସାନ ଯାଏ

ଗତି ଜୀବନ ର ଧାର।


Rate this content
Log in

Similar oriya poem from Tragedy