STORYMIRROR

Sonali Swapna Patra

Abstract Tragedy Classics

3  

Sonali Swapna Patra

Abstract Tragedy Classics

ପରାଜିତ ବାଟୋଇ

ପରାଜିତ ବାଟୋଇ

1 min
185


ପରାଜୟ ସହ ବଞ୍ଚିବା ଶିଖିଛି

ଜୀବନ ବାଟରେ ମୁହିଁ,

ଅମଡ଼ା ବାଟରେ ପାଦକୁ କଚାଡି

ଶିକ୍ଷା ଟି ପାଇଛି ତହିଁ ।


ଲୋଡୁନାହିଁ ମୁହିଁ ଯଶ କୀର୍ତ୍ତିରାଜି

ଲୋଡା ନାହିଁ ମୋ ସମ୍ମାନ,

ଯୋଡ଼ି ହୋଇଅଛି ଅବାଞ୍ଛିତ ନାମେ

ସବୁତ ଲାଗେ ସମାନ ।


କଳଙ୍କ ଲଗେଇ କଳଙ୍କିତ ହେଲି

ହେଲି କେତେ ବଦନାମ,

ମନରେ ଅନେକ ଭ୍ରାନ୍ତ ଚିନ୍ତା ପାଇଁ

ଯୋଡ଼ା କେତେ ନୀଚ ନାମ ।


ପଙ୍କ କଦୁଅରୁ ଉଠି ଗଙ୍ଗାଜଳେ

ସ୍ନାନ ପାଇଁ ମନ ନାହିଁ,

ସବୁ ନଦୀ ପାଣି ଏକାପରି ଲାଗେ

ପବିତ୍ର ହୋଇବି କାହିଁ ।


ତଥାପି ସାହସେ ଚାଲୁଅଛି ବାଟ

ପରାଜିତ ଆଖ୍ୟା ନେଇ,

କଣ୍ଟାକୁ ଭାବିଛି ଫୁଲଟିଏ ବୋଲି

ଚାଲେ ବାଟ ଆପଣାଇ ।





Rate this content
Log in

Similar oriya poem from Abstract