STORYMIRROR

Puspanjali Panda

Tragedy

3  

Puspanjali Panda

Tragedy

କାଳିଜାଇ

କାଳିଜାଇ

1 min
216

କାଚକେନ୍ଦୁପାଣି ଗଡିଆତୁଠ ରେ

 ବଖାଣେ କରୁଣ କଥା

ପରିଆ ମାଆର ସାହସ ପାଇଁ କି

ଗାଁ ଟେକେ ଆଜି ମଥା।


ଦୈବୀପଣ ଆଉ ଐଶ୍ୱରୀୟ ଶକ୍ତି

ଠୁଳ ଯେ କେମିତି ହେଲା

ଗ୍ରାମ ବାସୀଙ୍କର ଜୀବନ ରକ୍ଷାରେ

ପରିଆ ମା ଜୀବ ଦେଲା।


ଅନେକ କହର ବାତ୍ୟା ମରୁଡ଼ି ର

ସାମ୍ନା କରିଛି ଗାଁ

ହେଲେ ମହାବାତ୍ୟା ଟପିଗଲା ସବୁ

ଊଜାଡିଲା ଗାଁ ନା।


ସୁସୁ ବହି ପବନ ଆସିଲା

ଅଣଚାଶ ବେଗୁ ବଳି

ଛଟ୍ ଛାଟ୍ ହୋଇ ଗୋରୁ ଗାଈ ସବୁ

ଯେତେବେଳେ ଗଲେ ଟଳି।


ସବୁ ଚାଳଘର ଉଡ଼ିଲା ଛପର

ଉଠିଲା ପଡିଲା ଘର

ଅଛୁଆଁ ପରିଆ ମାଆ ଖୋଲିଦେଲା

ନିଜେଥିବା କୋଠାଘର।


ଦିବଖୁରିଆ କୋଠାରେ ରହିଲେ

ଶହେ ସରିକି ଲୋକ

ଠେଲି ପେଲି ହୋଇ ଭୁଲିଗଲେ ପରା

ପରିଆ ମାଆର ଡାକ।


ବର୍ଷା ଥମିଲା ବାତ୍ୟା ଚାଲିଗଲା

ଶ୍ରୀହୀନ ଗାଁ ର ର ବେଶ

କିଏ କହୁଥିଲା ପରିଆ ମାଆତ

ଦେଖାଯାଉନାହିଁ ଲେଶ।


ଡାକିହାକି ନେଇ ଘରେ ରଖିଥିଲା

ଗାଁ ସାରା ପରିବାର

ବାତ୍ୟା ଗଲାପରେ ଦେଖିଲେ ସରବେ

ମାତ୍ର ଲୁଗାଖଣ୍ଡେ ତାର।


କାହିଁ ଗଲା ସେତ ଖୋଜା ପଡୁଥିଲା

ମୁରବୀ କହିଲେ ଦେଖ

ପରିଆ ଜୀବନ ଦେଶପାଇଁ ଗଲା

ମାଆ ରଖେ ଗାଁ ଟେକ।


ବାତ୍ୟା ସ୍ମାରକରେ ପରିଆ ମାଆର

ନା ସହ ଘର ଦେଇ

ଏବେବି ବାତ୍ୟା ଆସିଲେ ଗାଁରେ 

କେହି ବି ଡ଼ରନ୍ତି ନାହିଁ।


ଠାକୁରାଣୀ ହୋଇ ବୁଲି ପରିଆ ମା

ମଙ୍ଗଳ ମନାସୁଅଛି

ଗଲା ଆଇଲାରେ ସଭିଙ୍କ ଉପରେ

କରୁଣା ବରଷୁଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy