ଜୀବନର ଖେଳ
ଜୀବନର ଖେଳ
ସତରେ ମନେ ହୁଏ ଜୀବନଟା
କେଡେ ସୁଖମୟ
କେଡେ ମଧୁର ,
ପରନ୍ତୁ ଏହା ଭାବିବା ଭୁଲ ।
ଜୀବନ ଏକ ଅଙ୍କା ବଙ୍କା ପଥ
ସେ ବାଟର ଯେ ପଥିକ ସେ ଜାଣେ ।
କେବେ ସକାଳଟା ମନ ପୁଲ୍ଲକିତ କରେ
ତ କେବେ ଅଜସ୍ର ଦୁଃଖ ଯାତନା ଭରି ଦିଏ ।
ଏଇ ଜୀବନ କାହା ପାଇଁ ଗଣିକାଳୟ ତ
କାହା ପାଇଁ ଦେବାଳୟ ।
କ୍ଷଣିକ ପାଇଁ ବୁଝି ହୁଏନି
କେତେ କ'ଣ ବାକି ରହି ଯାଏ ।
ଯାହାକୁ ସୁବର୍ଣ୍ଣ ବୋଲି ମନେ ହେଉ ଥାଏ,
ସେ ପୁଣି କେମିତି କଂସା ପିତ୍ତଳ ପାଲଟେ !
ମନ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରେ ।
ଆଶା ପକ୍ଷୀ ସବୁଜ ଗହଳ ଶାଖା ଦେଖି
ବସାଟିଏ ତ ବାନ୍ଧି ଥାଏ ,
ହେଲେ ଜାଣି ନଥାଏ ପତଝଡ ଆସିବ
ହଠାତ୍ ସବୁ କିଛି ବଦଳି ଯିବ ।
ଜୀବନର ଏଇ ଖରା ଛାଇ ଖେଳ,
ବଡ଼ ବିଚିତ୍ର
କୁହୁଡି ଯେତିକି ନଥାଏ
ତା ଠାରୁ ବେଶୀ କୁହୁକର ମାୟାଜାଲ ,
ବେଳେବେଳେ ବଞ୍ଚିବା କଷ୍ଟକର ହୁଏ ତ
କେତେବେଳେ ଆଶା ଉଦ୍ଦୀପନା ବାଢାଏ ।
ଜୀବନ ଢଳିଲେ ଆପଣା ଛାଇ
ରୂପ ବଦଳାଏ ,
ଲମ୍ବି ଯାଏ ଦୂରକୁ
ଜୀବନର ଅପରାହ୍ନ
ସେତେ କେଡେ ନିର୍ଦ୍ଦୟ
ସମୟ ପୂର୍ବରୁ ସୂଚନା ଦିଏ ।
ଆଉ ହାତରେ ସମୟ କମ,
ଛାଇ ଲେଉଟାଣି ବେଳ
ଏଇ ଯେଉଁ ଛାଇ ଦେଖା ଯାଉଛି
ବେସାହାରା ।
ଏଇ ଛାଇ ଖେଳର ନାୟକ କିଏ ହେବ
ସମୟ କହିବ ।
ଦିନେ ହାରି ଯିବ ,ଛାଇ ଖେଳର ପଶାପାଲିରେ ।
ହାରିବା ଜିତିବା
କାହାର ହାତରେ ନାହିଁ
କିନ୍ତୁ ଏଇଠି ସମସ୍ତେ ଖେଳିବା ପାଇଁ ବାଧ୍ୟ
ତାହା ହସ ହେଉ ବା କାନ୍ଦ ।

