STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଝରୁଅଛି ଲୁହ

ଝରୁଅଛି ଲୁହ

1 min
211


ଭିଟାମାଟି ଛାଡି ବିଦେଶେ ରହିଛି


ବୁହେ ଅଶ୍ରୁ ଧାର ନିରତେ,


ଆତୁରିତ ମନ ହୃଦୟ ଉଦବେଗ 


ଯନ୍ତ୍ରଣା ଟି ଅନୁବରତେ।



କାର୍ଯ୍ୟର ପାଇଁ ହିଁ ରହିଛି ଏଠାରେ


ରହିଛି ମନ ଟି ତୁମରି ପ୍ରେମରେ


ବୁହି ଯାଏ ଅଶ୍ରୁ ଧାର ଚକ୍ଷୁରେ


ସ୍ମୃତି କଲେଜ ମନରେ।



କଲେଜ ପରିସରେ ଦେଖା ଦୁହିଁଙ୍କରେ


ମିତ୍ରତାର ଉମଙ୍ଗରେ


ମନ କିଣିଲ ପ୍ରଥମ ବାର୍ତ୍ତାରେ


ପ୍ରେମ ଗୁଞ୍ଜେ ସର୍ବାଙ୍ଗରେ।



ଇଣ୍ଟେଲିଜେଟ୍ ଉଭୟ ଥିଲେ,


ଦୁହିଁଙ୍କର ନାମ ଶ୍ରେଷ୍ଠ ପଙ୍କତିରେ


କଲେଜେ ଗୁଞ୍ଜେ ସୁନାମ ଆମରେ


ମିତ୍ରତା ଶ୍ରଦ୍ଧା ତହିଁରେ।



ଶିକ୍ଷା ଶେଷ ହେଲେ ହେବା ପ୍ରାଣ ସାଥି


ଗୃହସ୍ତ ବନ୍ଧନେ ବାନ୍ଧିବା,


ବିଧିର ବିଧନ ଦୂର ହିଁ କରିଲା


ଅଶ୍ରୁ ଦିବାରାତ୍ର ଆଣିବା।



କଲେଜ ନିକଟେ ଫୁଲର ଉଦ୍ୟାନେ


ଖୁସି ଓ ଆନନ୍ଦେ ବ୍ୟତୀତ ନିର୍ଜନେ


ଅନ୍ତର କଥା ନିରତେ


ନିସ୍ବାର୍ଥ ପ୍ରେମର ଇଙ୍ଗିତେ।



ଶିକ୍ଷା ପ୍ରାପ୍ତି ପରେ ରାଷ୍ଟ୍ର କାର୍ଯ୍ୟେ ଧ୍ୟାନ


ଆମ କର୍ମ ଅଭିଯାନେ


ରାଷ୍ଟ୍ରେ କାର୍ଯ୍ୟେ ପରା ତୁମେ ଲାଗି ଗଲ


ଅଛି ମୁହିଁ ଚିନ୍ତିତ ମନେ।



ଦୋଷୀ ତୁମେ ନୂହ ଦୋଷୀ ପରା ମୁହିଁ


ପ୍ରତାରିତ ମୁହିଁତ କଲି


ଭିଟାମାଟି ଛାଡି ବିଦେଶେ ଆସିଲି


କର୍ତ୍ତବ୍ୟକୁ ଭୁଲିତ ଗଲି।



ସେହୁ ଅପରାଧେ ନାହିହିଁ ଶାନ୍ତି ଟି


ଛଳନା ତୁମକୁ ମୁହିଁତ କଲି ଟି


ଧନ ଓ ସମ୍ପତି ରହିଛି ସବୁ ଟି


ଝରେ ଅହରହ ଅଶ୍ରୁଟି।



ତୁମଙ୍କୁ ଛାଡ଼ିବା ଅପରାଧ କଲି

  

କଷ୍ଟକୁ ତୁମରି ମନେ ଦେଲି


ସ୍ବଦେଶ ଛାଡି ବିଦେଶେ ଆସିଲି 


ରାଷ୍ଟ୍ର ପ୍ରେମ ଭୁଲି ଗଲି।



କିପରି ଟି ଏ ଜୀବନ ଅସ୍ତିତ୍ଵ


ପ୍ରଯୋଜନ କିମ୍ପ ହେଲାଟି ସମ୍ପତି?


ଧିକ୍କାର ଟି ଏହୁ ମୋର ନାରୀତ୍ବ


ଅପରାଧେ ଅଶ୍ରୁ ନିର୍ମିତ ।



କେତେ କଷ୍ଟ ମୁହିଁ ତୁମଙ୍କୁ ଦେଲି


ଚିନ୍ତାରେ ବୁଡେଇ ଦେଲି


ଟଙ୍କା ଲୋଭରେ ବିଦେଶ ଆସିଲି


କାର୍ଯ୍ୟତ ପାପୀନି କଲି।



ତୁମ ସ୍ମୃତି ମୋର ସ୍ବପ୍ନ ହୋଇଲା


ଅଶ୍ରୁ ଧାର ରତ୍ନ ହୋଇଲା


ଅନୁତାପ ହିଁ ଅନୁତାପ


ଅନୁକ୍ଷଣେ ହିଁ ଅନୁତାପ।



ରାଷ୍ଟ୍ରକୁ ଛାଡିଲି ତୁମଙ୍କୁ ଛାଡିଲି


କିମ୍ପ ମୁହିଁ ଏହୁ କଲି?


ଏ କୁଳକୁ ହେଲି ନା ସେ କୁଳକୁ ହେଲି


 କିମ୍ପ ମୁଁ ଏପରି କି କଲି?





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy