STORYMIRROR

Puspanjali Panda

Tragedy

3  

Puspanjali Panda

Tragedy

ତାରକାର ଲୁହ

ତାରକାର ଲୁହ

1 min
144


ଯେବେ ଅନ୍ଧାର ଘନେଇ ଆସେ

ହୋମ ନିଆଁ ଲିଭି 

ଯୁଇ ଜଳୁଥାଏ

ଧୁଆଁ ଆକାଶ ସହିତ ମିଶେ।

ସରନ୍ତି ରାତି କି ଦିନ

ନିଜକୁ ଏକଲା ପାଏ

ଆଖି ଲୁହ ଝରୁଥାଏ

ସମୟ କାଟିବାର ନାଁ ଜୀବନ।

ସବୁ ପ୍ରତିଶ୍ରୁତି ମିଛ ଏଠି

ଫିଟିଥିବା ହସ୍ତ ଗଣ୍ଠି ଫିଟିଯାଏ

ଜୀବନ ସାଥିର ହାତଧରି ଧାଏଁ

ଯୋଡେ ସମ୍ପର୍କର ଅଠାକାଠି।

ମିଞ୍ଜି ମିଞ୍ଜି ତାରକାର ଲୁହ

ଦୁରେ ମିଶିଯାଏ 

ଖସିପଡୁଥାଏ

ଇଛା ପୁରଣର ଏ ସମୟ

ଜହ୍ନ ଲୁଚାଉଛି ମୁହଁ ।

ଜଳି ଜଳି ମରୁଥାଏ

ଆଖି ଭିଜୁଥାଏ

ପୃଥୀ ଭିଜିଯାଏ

ଅଦେଖା ତାରକା ଲୁହ।

ଆଲୋକିତ ଧରା ଯେବେ

ଆକାଶରେ ପୁର୍ବଭାଗେ

ଉଇଁଆସେ ଠେଲି

ଅନ୍ଧକାର ପେଲି

ଥାଇ ବି ଲୁଚଇ ନଭେ।

ଶଶି ଗଗନେ ତାରକା ମେଳେ

ଦାଉ ଦାଉ ଜଳେ

ତାରକା ଦୋହଲେ

ରୂପା ଫୁଲ ଟୋପା ଝରେ ଧିରେ।

ତାରକା ଆଖିର ଲୁହ

ମିଶିଥାଏ କୋହ ସହ

ଫେଣ୍ଟା ଫେଣ୍ଟି କରି 

ଯାଏ ସେ ଉତୁରି

ଏକାକାର ଲୁହ କୋହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy