STORYMIRROR

Prabhati Mahapatra

Tragedy Inspirational

3  

Prabhati Mahapatra

Tragedy Inspirational

ଅକୁହା ବେଦନା

ଅକୁହା ବେଦନା

1 min
224

ଅସରନ୍ତି ଲୁହ ଶ୍ରାବଣର ରୂପେ

ନିରନ୍ତର ଯାଏ ଝରି

ଜରାଶ୍ରମ ଦ୍ଵାରେ ମାତା ବେନି ଆଖି

ଅଶ୍ରୁ ଜଳେ ଯାଏ ଭରି ।


କର୍ମଯୋଗୀ ପୁତ୍ର ବିଦେଶକୁ ଯିବ

ମା' ଯେ କେଉଁଠି ରୁହେ

ଚିନ୍ତାରେ ପଡିଣ ପାଶେ ଆସି ପୁତ୍ର

ମାତାଙ୍କୁ ଆଦରେ କୁହେ ।


ଉପାୟ ଦିଶେନା କି କରିବି ମୁହିଁ

ତୁମେ କର ସମାଧାନ

ମାତା ବୋଲେ ପୁତ୍ର ଚିନ୍ତିତ ନ ହୁଅ

ଆପଣାର ରଖ ଧ୍ୟାନ ।


ଜନ ଗହଳିରେ ବନ୍ଧୁ ବାନ୍ଧବରେ

ରହିବୁ ଯଦି ଲୋ ତୁହି 

ଅଚିନ୍ତା ରହିବି ଦୂର ରାଇଜରେ

ଚାକିରି କ୍ଷେତ୍ରକୁ ନେଇ ।


କୁହ ଆରେ ବାବା କେଉଁଠି ରହିବି

କିଏ ହେବ ମୋର ସାହା

ପୁତ୍ର ବୋଲେ ମାତା ଦୁଃଖିତ ନହୁଅ

ଜରାଶ୍ରମ କରେ ଦୟା ।


ରହିବି ଧନରେ ତୋର କଥା ରଖି

ତୁହି ଦେବୁ ଏକ କଥା

ଜନମ ଦିନରେ ନିଶ୍ଚୟ ଆସିବୁ

ନଦେବୁ ମନରେ ବ୍ୟଥା ।


କଥା ଦେଇ ପୁତ୍ର ଚାଲି ଗଲା ସୁଖେ

ଆପଣା ସୌଭାଗ୍ୟ ନେଇ

ଭିଜା ଆଖି ଧରି ମାତା ଦୁଃଖି ଥାଏ

ଦୂର ରାଇଜକୁ ଚାହିଁ ।


କିଛି ଦିନ ଆସେ ପ୍ରତିଦିନ ଫୋନ

ପୁଣି ଆସେ ମାସକରେ

ଛ ମାସେ ଆସିଲା ଯେବେଠୁ ବାରତା

ମା' ଯେ ଆକୁଳେ ଝୁରେ ।


ବରଷ ବିତିଲା ଜନ୍ମ ଦିନ ଆସେ

ସଂଧ୍ୟା ହୁଏ ଉପନୀତ

ଜରାଶ୍ରମ ଦ୍ଵାରେ ମାତା ଛିଡ଼ା ହୋଇ

କରୁ ଥାଏ ଅଶ୍ରୁପାତ ।


ମନେ ମନେ ବୋଲେ ଧନ ମାଳି ମୋର

ମା'କୁ ତୁ ଭୁଲି ଗଲୁ 

କେଉଁ ଦୋଷେ ଧନ ବୃଦ୍ଧା କାଳେ ମୋତେ

ଏଡେ ତୁ ଯାତନା ଦେଲୁ ।


କେଉଁଠି କି ଊଣା ରହି ଗଲା ବାବା

କଲୁ ତୁହି ଅଭିମାନ

ପୁରା କରି ଦେବି ଅନ୍ତକାଳେ ଆଜି

ଦେଖାଅ ତୋର ବଦନ ।



Rate this content
Log in

Similar oriya poem from Tragedy