STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

କଙ୍କାଳ ଓ କବିତା

କଙ୍କାଳ ଓ କବିତା

1 min
243

ଏକଲା ପଣ ରେ ଚଗଲା କରଇ

କଳ୍ପନା କୁ ଠେଲି ବାସ୍ତବତା,

ଚୁମା ମାଗିଲେ ଯେ ଦିଅଇ ଗୋଇଠା

ଝାଳରେ ଉତୁରେ ମାଟି ଗାଥା।


ଭାବ ଭୂଇଁ ରେ ଚାଷ କରୁ କରୁ

ଆପେ ଆପେ ନଇଁ ଯାଏଁ ଅଣ୍ଟା,

ଲଙ୍ଗଳ ମୁନ ରେ ଆଙ୍କି ବାକୁ ଛବି

ସକାଳୁ ସକାଳୁ କରେ ଚିନ୍ତା ।


କଙ୍କାଳ ଦେହେ ଛାପି ଦେଉଥାଏ

କେତେ  ରକମର ଯେ କବିତା,

ବିଲ ହୁଡା ରେ ଥୋକେ ଥୋକେ ବସେ

ମଥା ପରେ ହେଇଗଲେ ସବିତା ।


ଅନ୍ନ ବିହୁନେ ହଂସ ହାନି ବୋଲି 

ଦେଉଥାଏ ଯୁଗେ ଯୁଗେ ବାର୍ତ୍ତା,

କଙ୍କାଳ ଦେହରେ ଆଗାମୀ ସକାଳ

 ଜୀବନ ବିନ୍ଦୁ ର ସେ ଆଦି ଗୀତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy