କଙ୍କାଳ ଓ କବିତା
କଙ୍କାଳ ଓ କବିତା
ଏକଲା ପଣ ରେ ଚଗଲା କରଇ
କଳ୍ପନା କୁ ଠେଲି ବାସ୍ତବତା,
ଚୁମା ମାଗିଲେ ଯେ ଦିଅଇ ଗୋଇଠା
ଝାଳରେ ଉତୁରେ ମାଟି ଗାଥା।
ଭାବ ଭୂଇଁ ରେ ଚାଷ କରୁ କରୁ
ଆପେ ଆପେ ନଇଁ ଯାଏଁ ଅଣ୍ଟା,
ଲଙ୍ଗଳ ମୁନ ରେ ଆଙ୍କି ବାକୁ ଛବି
ସକାଳୁ ସକାଳୁ କରେ ଚିନ୍ତା ।
କଙ୍କାଳ ଦେହେ ଛାପି ଦେଉଥାଏ
କେତେ ରକମର ଯେ କବିତା,
ବିଲ ହୁଡା ରେ ଥୋକେ ଥୋକେ ବସେ
ମଥା ପରେ ହେଇଗଲେ ସବିତା ।
ଅନ୍ନ ବିହୁନେ ହଂସ ହାନି ବୋଲି
ଦେଉଥାଏ ଯୁଗେ ଯୁଗେ ବାର୍ତ୍ତା,
କଙ୍କାଳ ଦେହରେ ଆଗାମୀ ସକାଳ
ଜୀବନ ବିନ୍ଦୁ ର ସେ ଆଦି ଗୀତା ।