STORYMIRROR

Sangita Mishra Satapathy

Tragedy

3  

Sangita Mishra Satapathy

Tragedy

ଅମ୍ଳାନ ଜ୍ଯୋତି

ଅମ୍ଳାନ ଜ୍ଯୋତି

1 min
159


ଅମଳିନ ଜ୍ଯୋତି ଅମ୍ଳାନ ତୋ ହସ

ଅଦିନେ ଦଇବ ଦେଇଗଲା ଦୁଃଖ 

ଝୁରୁଛି ଓଡିଶା ଝରୁଛି ଲୋତକ

କାନ୍ଦେ ବିଦ୍ଯାଳୟ ଶୂନ୍ୟ ମାଆ କୋଳ।

ଆ ଫେରି ତୁ ଆ ଧନ ମୋର 

ତୁ ଥିଲେ ମୋର କୋଟି ନିଧି ଅଛି

ଲୋଡା ନାହିଁ ଧନ  ପାଠ ଶାଠ କିଛି

ଆ ମୋର କୋଳକୁ ବାହୁନି କାନ୍ଦୁଛି।

ବାପା ସିନା ହୃଦ କରିଛି ପଥର

ମାଆ ର ହୃଦୟ କିପରି ସହିବ!

କୁନି ଭାଇ ଖୋଜେ ଭାଇ ମୋର କାଇଁ 

ମାଆ ତୁ କାନ୍ଦୁଛୁ କହ କାଇଁ ପାଇଁ?

ଥରି ଯାଏ ଛାତି ଆଖି ଟଳମଳ

ଅମ୍ଳାନ ତୋ ଜ୍ଯୋତି ସଦା ରହିଥିବ 

ଯାବତ ନିଃଶ୍ବାସ ଆମ ଚାଲୁଥିବ

ଶ୍ରଦ୍ଧାଞ୍ଜଳି କିବା ଦେବି ଧନ ମୋର

ଲୋତକ ଦି ଧାର ଶ୍ରଦ୍ଧା ଅର୍ଘ୍ଯ ଘେନ

ବିଭୁ ପୟରରେ ଏଇ ନିବେଦନ

ନ ଦିଅ କାହାକୁ ଦାରୁଣ କଷଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy