STORYMIRROR

Debabrata Mishra

Abstract Tragedy Classics

3  

Debabrata Mishra

Abstract Tragedy Classics

ମୁଁ କୁଳାଙ୍ଗାର ପୁଅ

ମୁଁ କୁଳାଙ୍ଗାର ପୁଅ

1 min
175


ଅଥର୍ବ ଅଯୋଗ୍ୟ ଅଦରକାରୀ ନଇର ସୁଅ

କର୍ତ୍ତବ୍ୟଠୁ ଦୂରେ ଧର୍ମଛଡ଼ା ଛାଡ଼ିଲିଣି ମୋହ

ନିଜକୁ ତାତ୍ସଲ୍ଯ କରୁଛି ମୋ' ଅନ୍ତର ଲୁହ

ନିଷ୍ଠୁର କରିସାରିଲାଣି ସତେ ମୋର ଛାତିର କୋହ

ବାନ୍ଧିରଖିଛି ବିନା ରଜ୍ଜୁରେ ଚେତନାର ଚକ୍ରବୁହ୍ୟ

ମୁଁ କୁଳାଙ୍ଗାର ପୁଅ ମୁଁ କୁଳାଙ୍ଗାର ପୁଅ।


ମା' କାନ୍ଦୁଛି ମୋର ପ୍ରତିଦିନ ଦିଶେ ତାର ଲୁହ

କେତେ ଅସହାୟତା ଏ ଯେ ଧର୍ମ ସଙ୍କଟର ଦେହ

ଏ ସମୟ ସମୟ ନୁହେଁ ଏକ ଆଖିଥିବା ଅନ୍ଧ କୂଅ

ଏହା ଏମିତି କଷଣ ଯା'ର ଦିଶେ ଅନ୍ଧାରେ ମୁହଁ

ପରିବାର ଆହତ ଆଘାତ ବାଧାପ୍ରାପ୍ତ ବିକ୍ଷିପ୍ତ

ଜୀବନ ବଞ୍ଚାଇରଖିଛି ବିବେକ ସୂତାର ଖିଅ

ମୁଁ କୁଳାଙ୍ଗାର ପୁଅ ମୁଁ କୁଳାଙ୍ଗାର ପୁଅ ।


ସମ୍ପର୍କର ଜଙ୍ଗଲ ଜଳୁଛି ବିନା ଅଗ୍ନିରେ

ମନର ଶୁଖିଲା ପତ୍ର ଗୁଡ଼ିକୁ କିଏ ବଞ୍ଚାଇବ

ବନ ପୋଡୁଛି ମନ ପୋଡ଼ୁଛି ଦିଶୁନି ଧୁଆଁ 

ନିଜ ଅନ୍ତର ମୁହଁକୁ ନିଜ ଆଖି ଲୁହରେ ଧୁଅ

ବୋଉ ମୋର କେମିତି ସହୁଛି ଯନ୍ତ୍ରଣା ଏତେ

ଈଶ୍ବର ତ ଦୟାରସାଗର ତଥାପି ସମୟ ଟା ନିର୍ଦୟ ମୁଁ କୁଳାଙ୍ଗାର ପୁଅ ମୁଁ କୁଳାଙ୍ଗାର ପୁଅ ।


କିଏ କରିଛି ଦୋଷ କାହାର ଅଛି ଭୁଲ, ପାପ

ସମସ୍ତେ ତ ଛଟପଟ ସମୟର ଚାବୁକ ମାଡରେ

ଶାନ୍ତ ରୁହ ଶାନ୍ତ ରୁହ ହେ ନିଷ୍ଠୁର ସମୟ

ମା' ଦୁଃଖ ସହି ସହି ସାଜିଛି ପଥର 

ବୟସର ବିଶ୍ରାମ ସମୟେ ତା'ର ପରିଶ୍ରମରେଲୟ

ନିଦ ନାହିଁ ତା'ର ଆଖିରେ ଆଖିବୁଜି ଶୋଉଛି

ବେଳେବେଳେ ଆମପାଇଁ ହସୁଛି ବୋଉ

ଏହା ମିଛହସ ବୋଲି ଜାଣିଛି ଆମ ସମସ୍ତଙ୍କ ହୃଦୟ 

ମୁଁ କୁଳାଙ୍ଗାର ପୁଅ ମୁଁ କୁଳାଙ୍ଗାର ପୁଅ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract