STORYMIRROR

Debabrata Mishra

Abstract Tragedy Inspirational

3  

Debabrata Mishra

Abstract Tragedy Inspirational

ଅନ୍ଧାରର ମୁଖ

ଅନ୍ଧାରର ମୁଖ

1 min
169

ଥରେ ବୁଲିଆସ ଦିବସର ଆଲୁଅରେ

ଦେଖିବ ସମାଜେ କିଟିକିଟି ଅନ୍ଧାରର ରୂପ 

କୁଟୀଳ, ହିଂସ୍ର ମନରେ ସ୍ୱଚ୍ଛତାର ବାହ୍ୟ ପ୍ରଲେପ

ଘରେଘରେ ଦ୍ୱନ୍ଦ, ଆଶଙ୍କା, ସଂଶୟ, ସନ୍ଦେହ

ସମ୍ପର୍କରେ ଲୁଚିଛି କେତେ ଅବିଶ୍ବାସ ଓ ଭୟ

ପ୍ରତିଦିନ ସନ୍ଧାନ କରୁଛି ମଣିଷ ଏଠି

ଟିକିଏ ଶାନ୍ତି, ଟିକେ ହସଖୁସି ଟିକେ ସୁଖ

ଲୁହ ଛାଡ଼ିବନି କେବେ ତାକୁ ଜାବୁଡ଼ି ଧରିଛି

ରାତିର କାଳିମା ହିଁ ଜାଣିଛି ମଣିଷକୁ

ଚିହ୍ନିଛି ତାର ସୁଖର ଭେକ ଓ ଦୁଃଖ ଅନ୍ଧାରର ମୁଖ, 

ଥରେ ବୁଲିଆସ ଅର୍ଦ୍ଧରାତ୍ରି ର ଘନ ଅନ୍ଧାରେ

ରେଳ ଷ୍ଟେସନ ଅବା ସହରର ରାଜରାସ୍ତାରେ

ଦେଖିବ ଆଲୋକର ଚିତ୍ର ମିଛ ସୁଖର ଅସଲ ରୂପ

କାନ୍ଦୁଛି ପ୍ରତିଟି ଜନ ସେ ଧନୀ ହେଉ କି ନିର୍ଧନ

ଏକ ଅଜବ ଦୌଡ଼ ଚାଲିଛି ବଞ୍ଚିବାର ଏଠି

ନିଜେ ହିଁ ଜାଣିନି ମଣିଷ ପହଞ୍ଚିବାର ବାଟ

ଅର୍ଥ ରୋଜଗାର ସର୍ବସ୍ବ ଦୁନିଆ ବିଳାସ ଖୋଜୁଛି

ଶାନ୍ତି ଆନନ୍ଦ ର ବଦଳାଇ ଦେଇ ଅର୍ଥ

ସେ ନିଜ ଜୀବନକୁ କରୁଛି ବିକ୍ଷିପ୍ତ ବ୍ୟର୍ଥ

କାହା ପେଟର ଭୋକ କାହା ମନର ଭୋକ

ଆତ୍ମୀୟସ୍ବଜନ ଙ୍କୁ ହରାଇ ଅନେକ କରନ୍ତି ଶୋକ

ମଣିଷ ଅନ୍ଧାରରେ ସ୍ପଷ୍ଟ ଦିଶେ ନିର୍ମଳ ଦିଶେ

ମଣିଷ ଅନ୍ଧାରରେ ଖୋଜୁଛି ନିଜ ଅନ୍ଧାରର ମୁଖ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract