STORYMIRROR

Mamatamanjari Das

Tragedy

3  

Mamatamanjari Das

Tragedy

ତ୍ରିଶଙ୍କୁ

ତ୍ରିଶଙ୍କୁ

1 min
198

ତୋ ଶୂନ୍ୟତାକୁ ଭରିବା ନିଶାରେ

ମୁଁ ଶୂନ୍ୟ ହୋଇ ଗଲିଣି

ତୋ ପୂଣ୍ୟତୋୟା ସ୍ମୃତିର ତୀର୍ଥରେ

ବୁଡ ପକାଉ ପକାଉ

ନିଜ ଠିକଣା ବି ଭୁଲି ଗଲିଣି

ନିଜଠାରୁ ନିଜେ ଦୂରେଇ ଗଲିଣି

ତୋତେ ପାଇବାର ନିଶାରେ

ଯାହାର ଚରଣ ତୀର୍ଥ ନିତି ଖୋଜୁଥିଲି

ହଜାଇଲିଣି ଅତୀତ ପୃଷ୍ଠାରେ

ପୁରାଣ ପୋଥି ମୋ ଅଳନ୍ଧୁ ଭିତରେ

ଦିଶିଲାଣି ଝାପ୍ସା ଝାପ୍ସା

ମନେ ପଡୁନାହିଁ ମହାହାଭାରତ କି

ରାମାୟଣ ଚଉତିଶା

ଚାରିଧାମ ଯିବା ନିଶାଟା ମୋହର

ଦୁଇଧାମେ ହେଲା ଶେଷ

ପୁରାଣ ପୋଥି ମୋ ବାନ୍ଧି ଥୋଇଦେଲି

ଯେବେ ଛାଡିଲୁ ତୁ ଶେଷ ନିଶ୍ୱାସ

ଦୁଇ ଦୁନିଆର ମଝି ପାହାଚରେ

ମୁଁ ଏବେ ଝୁଲୁଛି ତ୍ରିଶଙ୍କୁ ହୋଇ

ତୁ' ନଦୀ ପରି ବହି ଚାଲିଗଲୁ

ତ୍ୱରାନ୍ୱିତ ବେଗରେ

ମୋ ବାକି ଆୟୁଷକୁ ନେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy