STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଭଲରେ ରହିବା

ଭଲରେ ରହିବା

1 min
117

ଆସ ବଂଧୁ

ଭଲରେ ରହିବା

ଖୁସିରେ ଗପିବା

ଦୁଃଖ ସୁଖ ହେବ।


ଦରଜକୁ ଚାପି ମଗଜରେ

ସ୍ଵାଭିମାନକୁ ପିଇ ସରାଗରେ 

ଅଭିମାନକୁ ବାନ୍ଧି ମଥାନରେ

ରାଜ୍ୟକୁ ନେଇ ଗର୍ବ କରିବା

ଦେଶକୁ ନେଇ ପାବାର ଦେଖେଇବା ।


ଆସୁନ ଭାଇ

ପାଖେଇ ବସୁନ

ଜାକିଜୁକି ବସୁନ 

ଆମେ ସବୁ ପରା ଦୀନହୀନ ଅକିଞ୍ଚନ

ନାହିଁ ନାହିଁରେ ବଂଧା ନିମ୍ନ ମଧ୍ୟବିତ୍ତ ମନ

ଲଙ୍କା ଲୁଣରେ ପଖାଳ କଂସା ନିଶ୍ଚିହ୍ନ ।


ଭାବିଲ କି ଭାଇ

ମଥା କାହିଁ କୁଣ୍ଡଉଛ ରହି ରହି

ଖରାପ ରେ ଅଛି ମୁଁହରେ ଧରିବା

ଆମ ଜନ୍ମ ଯାତକରେ ପରା ନାହିଁ ।


ବୁଝିଗଲ ଭାଇ ଆସ୍ତେ ଆସ୍ତେ

ଭଲରେ ରହିବା ସମସ୍ତେ ନମସ୍ତେ

ନିସ୍ୱତାରେ ହେଉ କି ନିଶାରେ

ଫାର୍ସାରେ ହେଉ କି ଫାସରେ

ବନ୍ଧୁକ ମୂନରେ ହେଉ କି ବିଷମଞ୍ଜି ବିନ୍ଧାରେ ।


ସତ କହିବାକୁ ଗଲେ

ଭଲରେ ଅଛି

ବୈଶାଖର ତତଲା ଝାଞ୍ଝି ଝାଳରେ

ହନୁମାନ ଜୟନ୍ତୀର ବଂଗା ଦାଗରେ

ପ୍ରତିଶୋଧର ପ୍ରତିଟି ବହ୍ନି ଶିଖାରେ

ପ୍ରତିଶୃତିର ପ୍ରତିଟି ବିଫଳତାରେ

ଟଙ୍କାକିଆ ଚାଉଳର କୋଢ଼ିଆ ଖୁଣରେ


ବହୁତ ଭଲରେ ଅଛି

ଭଲ ଦିନ ଆସିବାର ଆଶା ନେଇ

ନିରାଶାର ହଳାହଳ ପିଇ ପିଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy