STORYMIRROR

Prasanna Kumar Das

Abstract

4  

Prasanna Kumar Das

Abstract

ମାଆ

ମାଆ

1 min
237

  ମାଆ ନାମଟି କେଡେ ମଧୁର।

ମ'କାର ଅ'କାର   ବୀଜ ପ୍ରଣଵର 

   ସଂସାର ସର୍ଜନ ସ୍ବର ।।

  ମାଆ ନାମଟି କେଡେ ମଧୁର।


କେ କହେ ଓଁ'କାର  ନାମର ଝଙ୍କାର 

     ଗତି ମୁକତି ପଥର।

ସହଜ ନିର୍ବାଣ     ତୁମ୍ଭ ଶ୍ରୀଚରଣ

   ରଜ ପରଶେ ମୋ ଶିର।।

   ମାଆ ନାମଟି କେଡେ ମଧୁର।


ଅମୃତ ପୟୋଧି    ମମତା ବାରିଧି 

     ଅଗାଧ ପ୍ରେମ ଜଠର ।

ତହିଁରୁ ସର୍ଜିତ     ଦୃଷ୍ଟ ଏ ଜଗତ 

     କାହିଁ ହରି ବ୍ରହ୍ମା ହର।।

   ମାଆ ନାମଟି କେଡେ ମଧୁର।


ଜୀବନ୍ତ ଚଳନ୍ତି    ତ୍ୟାଗର ମୂରତ୍ତି 

     ତୁମେ ମା ପ୍ରାଣ ଇଶ୍ବର ।

ମମତା ଲାଳସା   ରାମ କୃଷ୍ଣ ରସା

     ଆବିର୍ଭାବ ବାରମ୍ବାର ‌।।

    ମାଆ ନାମଟି କେଡେ ମଧୁର।


କେଉଁ ଶବ୍ଦଵ୍ରହ୍ମ      କରିବ ବର୍ଣ୍ଣନ 

     ମାଆ ତ୍ୟାଗ ଗୁଣ ସାର ।

କି ଗଣେଶ ବ୍ୟାସ   କାବ୍ୟରେ ପ୍ରକାଶ 

      ସମ୍ଭବ ମାଆ ଖ୍ୟାତିର।।

     ମାଆ ନାମଟି କେଡେ ମଧୁର।


ବଡ଼ ଭାଗ୍ୟଵାନ    ମୁଁ ତୁମ୍ଭ ସନ୍ତାନ

      ଅଳି ମୋର ଘେନା କର।

ଜନ୍ମ ଜନ୍ମାନ୍ତରେ     ଏ ଧରାତଳରେ

     ତୁମେ ହୁଅ ମାଆ ମୋର।।

     ମାଆ ନାମଟି କେଡେ ମଧୁର।

        


Rate this content
Log in

Similar oriya poem from Abstract