STORYMIRROR

Jagan Pal

Abstract

2  

Jagan Pal

Abstract

ଗୋଲାପ ଫୁଲ

ଗୋଲାପ ଫୁଲ

1 min
2.7K

ଗୋଲାପ ଗୋ ତୁମେ ସୁନ୍ଦରୀ ସୁଶୀଳା

 ମାଟି କୋଳ ଛୁଇଁ ଦେଇ

 ଡାଳ ଧାରେଧାରେ ପତର ଫାଙ୍କରେ

 ଆକାଶକୁ ରୁହ ଚାହିଁ


 ମନ ତୁମ ଥାଏ ଆଗନ୍ତୁକ ପାଖେ

 ଯିଏ ନବ ସେ ତୁମକୁ ତୋଳି

 କିଏ ପୁଣି କେଉଁ ଉଦ୍ଦେଶ୍ୟକୁ ରଖି

 ତୁମ ପାଖରେ କରିବେ ଅଳି


 ତରୁଣ ତରୁଣି ହାତର ସ୍ପର୍ଶରେ ତୁମେ

 ପ୍ରେମର ପ୍ରଥମ ମହକ

 ସେ ମହକେ କିଏ ଜୀବନକୁ ବାନ୍ଧେ

 ପାଇ ତୁମ ପ୍ରାଣ ପାଦୁକ


 ତୁମ ପାଖୁଡାରେ ଥାଏ ପ୍ରୀତିଭରା ବାସ୍ନା

 ବିଭୋରିତ ହୁଏ ସବୁ ମନ

 ପ୍ରକୃତିର ତୁମେ ଅନନ୍ୟ ପ୍ରେୟସୀ

 ପ୍ରେମିକାର ଅନ୍ୟନାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract