STORYMIRROR

Jagan Pal

Abstract

2  

Jagan Pal

Abstract

ସ୍ୱପ୍ନ ଆସେ ନାହି କାହି

ସ୍ୱପ୍ନ ଆସେ ନାହି କାହି

1 min
3.0K

ଦିନ ଥିଲା ଆଖି ସ୍ୱପ୍ନ ଦେଖୁଥିଲା

ମନ ବଗଚାରେ ବସି

ସେ ଆଖିକୁ ଏବେ ନିଦ ଆସୁନାହିଁ

ସ୍ୱପ୍ନ ଯେ ଯାଇଛି ରୁଷି


ଅପଲକେ ରହେ କାନ୍ଥକୁ ଅନେଇ

ତକିଆ ମୋ ଲୁହେ ଭିଜେ

କାରଣ ଖୋଜି ମୁଁ ନିଜେ ପାଏ ନାହିଁ

ଖାଲି ଚେଇଁ ମୁଁ ଅନେଇ ରହେ।


ଭିଜା ଆଖି ଲୁହ ଓଠକୁ କହୁଚି

ତା ନିରବତାର ମାନେ

ବିତିଯାଇଥିବା ଅତୀତ ଘଟଣା

ଲୁହ ଦିଏ ତନୁ ମନେ


ଫୁଲେଇ ହଉଚି ମନ ମୋ ପାଖରେ

ହୃଦୟକୁ ଛୁଏଁ ବୋଲି

ହୃଦୟର ଫାଙ୍କା ଲଫାପା ଉପରେ

ମନର ଠିକଣା ଦେଲି


ଏଥର ଆସିବ ମନ ଠିକଣାରେ

ସପନ ମୋ ତୁମେ ହୋଇ

ସେ ସପନ ମୋର ସଜେଇ ଦେବଗୋ

ନାନା ରଙ୍ଗ ତାକୁ ଦେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract