STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ସୁନାବେଶ 

ସୁନାବେଶ 

1 min
0

ସୁନା ତୁଲ୍ୟ ଆଜି ଝଟକିବେ ପ୍ରଭୁ 
ଆକାଶୁ ଦେବତା ପୁଷ୍ପ ବରଷି 
ସୁନାର ଚମକ ପ୍ରଭୁଙ୍କ ପୁଲକ 
ମିଶିହେଲା ଯେଉଁ ଏକାଦଶୀ 
ଭକ୍ତ ଭଗବାନ ଉଭୟେ ଖୁସି 
ସୁନାର ଗାରିମା ପ୍ରଭୁଙ୍କ ମହିମା 
ମିଶି ହେଲା ଯେଉଁ ବେଶ 
ଭକ୍ତ ଭଗବାନ ସମ୍ମିଳିତ ହସି 
ସୁନାର ମୂଲ୍ୟ ପ୍ରଭୁଙ୍କ ତୁଲ୍ୟ 
କିଏ ଅଛି ଏଇ ଧରା ଶଶୀ 
ଯାଆନା ଲୋ ସଖି ଋଷି 
ସୁନା ର ଉଜ୍ଜ୍ୱଳ ପ୍ରଭୁଙ୍କ କଜ୍ଜ୍ୱଳ 
ମିଶି ହେଲା ଯେଉଁ ବାରମାସୀ 
ଆଜି ପରା ହରିଶୟନ ଏକାଦଶୀ 
ବେଗି ବେଗି ଯିବା ଦର୍ଶନ କରିବା 
ରଥ ଉପରେ ଠାକୁରେ ଦେଵେ ହସି 
ପିନ୍ଧି ସ୍ବର୍ଣ୍ଣ ଅଳଙ୍କାର ତାରକସି 
ସ୍ବର୍ଣ୍ଣ ଆଭୂଷଣ ପଦ୍ମ ବିଭୂଷଣ 
ମିଶି ଆଜି ଧରା ଉଠେ ହସି 
ଆଲୋ ବାରମାସୀ ପିନ୍ଧି ତାରକସି 
ଦେ ହସି ଯାଆନା ଋଷି 
ସଂସାର କରିବା ମିଳିମିଶି 
ଦେଖି ଜଗନ୍ନାଥ ଲଷ୍ମୀ ରା଼ସ ଶଶୀ 
ପଡିବ ଖସି କୃପା ବରଷି 
ଦେଖିବୁ ଯେବେ ସୁନାବେଶ ହସି 
ଆର ବରଷକୁ ଚାହିଁଥା ରୁପସୀ 
ଆସୁଥିବ ଏମିତି ଏକାଦଶୀ 
ଦେଖିଥା ରଥରେ ଚତୁର୍ଦ୍ଧା ହୁଅନ୍ତି ଖୁସି 
ଅଧରାମୃତ ଅଧରପଣା ପିଇ ହସି 
ସ୍ବର୍ଣ୍ଣ ମନ ଧନ୍ୟ ମନୋସ୍କାମନା ପୂର୍ଣ୍ଣ 
ହେଲା ଆସି ଏହି ଦିନ ଖୁସି ଲେସି 
ଆସେ ଆଶୀର୍ବାଦ ପରଷି
ସ୍ବର୍ଣ୍ଣ ଚିକମିକି ଚତୁର୍ଦ୍ଧା ପିନ୍ଧି ଫିକଫିକି 
ଲୋଟନ୍ତି ଲୋଟାନ୍ତି ଆଶୀର୍ବାଦ ଉଷସୀ 
ସୁନାର ଝଟକ ପ୍ରଭୁଙ୍କ ମୁକୁଟ 
ଲାଗେ ସତେ ବିଜୁଳି ବରଷା ଆସେ ଲେସି 
ଉଇଁ ଭକ୍ତ ଭଗବାନ ଆଶା ଶଶୀ 


Rate this content
Log in

Similar oriya poem from Action