STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ସୁନାବେଶ ଯିବା ଦେଖି 

ସୁନାବେଶ ଯିବା ଦେଖି 

1 min
0


ଖୋଲିଯାଉ ଆଜି ରତ୍ନଭଣ୍ଡାର 
ପ୍ରଭୁ ପିନ୍ଧିବେ ସ୍ବର୍ଣ୍ଣ 
ସୁନା ମନ ତାଙ୍କ ସ୍ୱର୍ଣ୍ଣିଭ ଶରୀର 
ଦିଶିବେ ତୋରା ପଦ୍ମମୁଖ 
ଯାଇଛ ଯେ ନବଦିନ ଯାଏଁ 
ପୋଡପିଠା ଖିଆ ସୁଖ 
ଶୁନ୍ୟ ରତ୍ନବେଦୀ ଶୁନ୍ୟ ବଡ଼ଦେଉଳ 
ଦେଉନାହିଁ ଜମା ସୁଖ 
ଯିଏ ଯାହା ଘରେ ଥିଲେ ଲାଗେ ଭଲ 
ବଡ଼ଖିଆ ଜଗନ୍ନାଥ 
ଛପନ ଭୋଗ ହେଉନି ଯୋଗ କି ଭାଗ୍ୟ 
ମନରେ ନାହିଁ ସୁଖ 
ଆସି ସାଆନ୍ତ ସ୍ୱର୍ଣ୍ଣିମ ବେଶ ହୁଅ ଠାକୁର 
ଆଜି ଏକାଦଶୀ ବ୍ରତ 
ତୁମ ଶ୍ରୀମୁଖ ସ୍ବର୍ଣ୍ଣ ଝଟକି ଦିଶିବ ଦାଉ ଦାଉ 
ଅଧର ପଣା ପିଇ ଭକତେ 
ଦେଵେ ଧୂପ ଦୀପ ଝୁଣା 
ତୁମେ ପିନ୍ଧିଥିବ ପାଟ ପତନୀ 
ଭାଇ ଭଉଣୀ ତୁମର ସୁନ୍ଦର ଅତି 
ରଥ ଉପରେ ସ୍ଵର୍ଣ୍ଣ ଅଳଙ୍କାରେ 
ଭକ୍ତ ମନୋବାଞ୍ଚା ପୂର୍ଣ୍ଣ 
ତୁମ ବେଶ କାନ୍ତି ଦେଖି ଭକ୍ତ ଜନେ 
ଉଲ୍ଲାସ ଅତି ମୁଗ୍ଧ ନୟନ କାନ୍ତି 
ଠାକୁର ନୁଁହଁନ୍ତି ବିମୁଖ 
ଜଗତକାର୍ତ୍ତା ବିଶ୍ୱନିୟନ୍ତା ଶ୍ରେଷ୍ଠ କାରିଗର 
ନଦିଅ କାହାକୁ ଦୁଃଖ
ହେ କଳାଶ୍ରୀମୁଖ 
ଝଟକୁଥାଅ ସଦା ଏମିତି


Rate this content
Log in

Similar oriya poem from Classics