କୋଉ ନିଶାରେ କେଜାଣି
କୋଉ ନିଶାରେ କେଜାଣି
କୋଇଲି ମହୁଲି ନିଶାରେ
କୁହୁ କୁହୁ ଯାଏ ଗାଇ
ନଈଟା ଧାଉଁଛି ଗାଁ କୂଳ ଖାଇ
କୋଉ ନିଶାରେ ପ୍ରାଣୀ ପଶୁ ପକ୍ଷୀ
ମାଛ ଗଛ ବଞ୍ଚେଇବା ପାଇଁ
ପାହାଡି ଝରଣା ହୋଇକି ଅରଣା
ବଣ ଜଙ୍ଗଲ ବଞ୍ଚାଇ ଦେଇ
କେତେ ଯେ ପ୍ରାକୃତିକ ଫୁଲ ଫଳ
ସହ ଔଷଧ ଦିଏ ସେହି
କୋଉ ନିଶାରେ ପାହାଡି ଝରଣା
ନାଚି ନାଚି ଆଗକୁ ବଢୁଥାଇ
ଜନମ ଜୀଵନ ସାର୍ଥକ କରିବା ପାଇଁ
ନେଇ ଆଣି ଥୁଏ ନିଶାରେ ଏମିତି କେହି
ଗଛରେ ଫୁଲ ନିଆଁରେ ଝୁଲ ମହୁଲ ଫୁଲ
ମହୁଲି ସଜାଡି ଥୋଇ
କାହାକୁ କେତେ ଦଉଛି ଯେତେ
ଦାନ କରିବା ଶିଖି ଶିଖାଇ
ପବନ ସେମିତି ସୁଉ ସୁଉ ଗାଇ
ବୈଶାଖୀ ତାତି ଉଡାଇ
ଶୀତରେ ଦେହ ଥରାଇ
ନାଆର ମଙ୍ଗରେ ନାଉରିଆ ଭାଇ
ଚାହେଁ ପବନ ମହୁଲି ଦେଲାକି ପିଇ
ଜମିଟା ଉର୍ବର ଜିଆର କଳ କୌଶଳ ପ୍ରଖର
ଉର୍ବରତା ଆଣିବା ପାଇଁ
ଧାନ ପରେ ମୁଗ ତା ପରେ ବିରି
ତାପରେ ଜଅ ଓ ମାଣ୍ଡିଆ ଯାହା ପରେ ଯିଏ
ବିଜ୍ଞାନକୁ ନିଶା କରି ପିଇଦେଇ
ବୈଜ୍ଞାନିକ ଦେଲା କହି
ଘର ଦିବଖରା ଚାଳର ଛପର
ଆଜିକାଲି ଆଉ କାହିଁ
କଂକ୍ରିଟ ସିମେଣ୍ଟ ପେଣ୍ଟିଙ୍ଗ ଇତ୍ୟାଦି
କିଏ ଶିଖାଇଲା କୋଉ ମହୁଲି ପିଆଇ
ନିଶାରେ ମଣିଷ ଅଢେଇ ଦିନକୁ
ବଡେଇ କରୁଛି ପଞ୍ଚଇନ୍ଦ୍ରିୟ ସୁଖ ପାଇଁ
ଜରଦଗବ ପକ୍ଷୀଟି ଗଛ ଡାଳେ ବସି
କହେ ଯାଦୁଗର ସେହି କାଳିଆ ଠାକୁର କହି
ଅବଢ଼ା, କୈବଲ୍ୟ ନିର୍ମାଲ୍ୟ ନାମରେ
କେତେ ମହୁଲି ଟଙ୍କତୋରାଣୀ ଥୋଇ
କହୁଛି ଖାଉଥା ପିଉଥା ବାନ୍ଧୁଥା ମାନୁଆଁ
ଡି ଘଡି ଜିଇଁବା ମହୁଲି ଏହି
ଏହି ନିଶା ଥରେ ଲାଗିଗଲେ କାରେ
ଦୁଃଖ ସବୁ ଭୁଲିଯାଇ
କହିବୁ କାଳିଆ ଦେ ରେ ଜନମ
ହେଉ ପଛେ ଦୁଇଦିନ ପାଇଁ
ତୋ ଆଖିରେ ଯେଉଁ ନିଶା ମାଖିଛୁ
ସେଥିରୁ କେତେ ଶିକ୍ଷା ମିଳିଯାଇ
ଜୀଵନ ବାଟରେ ଛାଟ ପ୍ରହାରରେ
ଲାଗେ ମହୁଲି ନିଶାଟା ଦିଘଡି ବଞ୍ଚିବା ପାଇଁ
ପ୍ରକୃତି ଭିତରେ ବାହାରେ ଖେଳେଇ ହୋଇ
ବେଙ୍ଗଳା ପକେଇ ନିଶା ଠିକଣା ପାଇଲେ
ନାଚୁଥିବୁ ତାକ ଥେଇ ଥେଇ ମହୁଲି ପିଇ
