STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

କୋଉ ନିଶାରେ କେଜାଣି

କୋଉ ନିଶାରେ କେଜାଣି

1 min
396


କୋଇଲି ମହୁଲି ନିଶାରେ 

କୁହୁ କୁହୁ ଯାଏ ଗାଇ 

ନଈଟା ଧାଉଁଛି ଗାଁ କୂଳ ଖାଇ 

କୋଉ ନିଶାରେ ପ୍ରାଣୀ ପଶୁ ପକ୍ଷୀ 

ମାଛ ଗଛ ବଞ୍ଚେଇବା ପାଇଁ 

ପାହାଡି ଝରଣା ହୋଇକି ଅରଣା 

ବଣ ଜଙ୍ଗଲ ବଞ୍ଚାଇ ଦେଇ 

କେତେ ଯେ ପ୍ରାକୃତିକ ଫୁଲ ଫଳ 

ସହ ଔଷଧ ଦିଏ ସେହି 

କୋଉ ନିଶାରେ ପାହାଡି ଝରଣା 

ନାଚି ନାଚି ଆଗକୁ ବଢୁଥାଇ 

ଜନମ ଜୀଵନ ସାର୍ଥକ କରିବା ପାଇଁ 

ନେଇ ଆଣି ଥୁଏ ନିଶାରେ ଏମିତି କେହି 

ଗଛରେ ଫୁଲ ନିଆଁରେ ଝୁଲ ମହୁଲ ଫୁଲ 

ମହୁଲି ସଜାଡି ଥୋଇ 

କାହାକୁ କେତେ ଦଉଛି ଯେତେ 

ଦାନ କରିବା ଶିଖି ଶିଖାଇ 

ପବନ ସେମିତି ସୁଉ ସୁଉ ଗାଇ 

ବୈଶାଖୀ ତାତି ଉଡାଇ 

ଶୀତରେ ଦେହ ଥରାଇ 

ନାଆର ମଙ୍ଗରେ ନାଉରିଆ ଭାଇ 

ଚାହେଁ ପବନ ମହୁଲି ଦେଲାକି ପିଇ 

ଜମିଟା ଉର୍ବର ଜିଆର କଳ କୌଶଳ ପ୍ରଖର 

ଉର୍ବରତା ଆଣିବା ପାଇଁ 

ଧାନ ପରେ ମୁଗ ତା ପରେ ବିରି 

ତାପରେ ଜଅ ଓ ମାଣ୍ଡିଆ ଯାହା ପରେ ଯିଏ 

ବିଜ୍ଞାନକୁ ନିଶା କରି ପିଇଦେଇ 

ବୈଜ୍ଞାନିକ ଦେଲା କହି 

ଘର ଦିବଖରା ଚାଳର ଛପର 

ଆଜିକାଲି ଆଉ କାହିଁ 

କଂକ୍ରିଟ ସିମେଣ୍ଟ ପେଣ୍ଟିଙ୍ଗ ଇତ୍ୟାଦି 

କିଏ ଶିଖାଇଲା କୋଉ ମହୁଲି ପିଆଇ 

ନିଶାରେ ମଣିଷ ଅଢେଇ ଦିନକୁ 

ବଡେଇ କରୁଛି ପଞ୍ଚଇନ୍ଦ୍ରିୟ ସୁଖ ପାଇଁ 

ଜରଦଗବ ପକ୍ଷୀଟି ଗଛ ଡାଳେ ବସି 

କହେ ଯାଦୁଗର ସେହି କାଳିଆ ଠାକୁର କହି 

ଅବଢ଼ା, କୈବଲ୍ୟ ନିର୍ମାଲ୍ୟ ନାମରେ 

କେତେ ମହୁଲି ଟଙ୍କତୋରାଣୀ ଥୋଇ 

କହୁଛି ଖାଉଥା ପିଉଥା ବାନ୍ଧୁଥା ମାନୁଆଁ 

ଡି ଘଡି ଜିଇଁବା ମହୁଲି ଏହି 

ଏହି ନିଶା ଥରେ ଲାଗିଗଲେ କାରେ 

ଦୁଃଖ ସବୁ ଭୁଲିଯାଇ 

କହିବୁ କାଳିଆ ଦେ ରେ ଜନମ 

ହେଉ ପଛେ ଦୁଇଦିନ ପାଇଁ 

ତୋ ଆଖିରେ ଯେଉଁ ନିଶା ମାଖିଛୁ 

ସେଥିରୁ କେତେ ଶିକ୍ଷା ମିଳିଯାଇ 

ଜୀଵନ ବାଟରେ ଛାଟ ପ୍ରହାରରେ 

ଲାଗେ ମହୁଲି ନିଶାଟା ଦିଘଡି ବଞ୍ଚିବା ପାଇଁ 

ପ୍ରକୃତି ଭିତରେ ବାହାରେ ଖେଳେଇ ହୋଇ 

ବେଙ୍ଗଳା ପକେଇ ନିଶା ଠିକଣା ପାଇଲେ 

ନାଚୁଥିବୁ ତାକ ଥେଇ ଥେଇ ମହୁଲି ପିଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract