STORYMIRROR

ବି. ନିରୁପମା

Romance

3  

ବି. ନିରୁପମା

Romance

ଆଗକୁ ବଢ଼ିବା ଆମେ

ଆଗକୁ ବଢ଼ିବା ଆମେ

1 min
253

ତୁ- ମୁଁ ଏମିତି ଚାଲୁଥିବା ନିତି

ହାତ ଧରାଧରି ହୋଇ ,

ସୁଖରେ ଦୁଃଖରେ ଦମ୍ଭଧରି ଯିବା 

ଜୀବନ ସଙ୍ଗୀତ ଗାଇ ।


ଏ ଜୀବନ ଏକ ସଂଘର୍ଷର କ୍ଷେତ୍ର

କଥାଟିକୁ ଥିଲେ ବୁଝି ,

ଦୁନିଆ ଭିତରେ ଭଲକରି ଆମେ 

ତା' ସହ ପାରିବା ଯୁଝି ।


ସଂସାର ଭିତରେ ଘର କରିଥିଲେ 

ସମସ୍ୟା ହୋଇବ ଠୁଳ ,

ସେବେଳେ ଧଇର୍ଯ୍ୟ ଧରିବା ଲୋ ମିଶି  

ହଟିଯିବ ସେଇ ବେଳ ।


ଅଯଥାରେ ଜମା ଅଭିମାନ କରି

କରିବାନି ଦୋଷାରୋପ ,

ଜଣେ ଆନ ପରେ ଭରସାଟି ରଖି

କରିବା କାର୍ଯ୍ୟକଳାପ ।


ନିଜ କର୍ତ୍ତବ୍ୟକୁ ମନେରଖି ସଦା 

ଆଗକୁ ବଢ଼ିବା ଆମେ ,

ତେବେ ସିନା ଦୁହେଁ ପରିଚିତ ହେବା 

ସଫଳ ଦମ୍ପତି ନାମେ ।।


Rate this content
Log in

Similar oriya poem from Romance