ପ୍ରୀତି ଗୀତି
ପ୍ରୀତି ଗୀତି
ଅଳପ ହସି
ନିରବେ ବସି
ଭାବଇ ଯେବେ ତୋହରି କଥା।
ଖୁସି ତ ଦିଏ
ମନକୁ କେତେ
ସାଥିରେ ଦିଏ ମରମେ ବ୍ୟଥା ।।
ସେଦିନ ଥିଲା
କେମିତି ଭଲା
ଆଖିରେ ଯେବେ ଆଖି ମିଶିଲା ।
ଦେଖା ପ୍ରଥମ
ହେଲା ଭରମ
ହୃଦୟ ଭଲା କେମିତି ଗଲା।।
ଗଲା ତ ଗୋଟେ
ଆସିଲା ଗୋଟେ
ହିସାବ ଲାଗେ ସମାନ ହେଲା।
ହିସାବ ସମ
ଲାଗେ ବିଷମ
ବଦଳ ଲେଖା ଅଡୁଆ ହେଲା ।
ଅଡୁଆ ମନ
ଶୁଣ ଗୋ ଧନ
ପ୍ରେମରେ ପଡି ପଥ ହୁଡିଲା।
ସୁଖ ଭୁଲିଲା
ଶାନ୍ତି ଭୁଲିଲା
ଜଣାନପଡେ କେମିତି ହେଲା।
ତୁମରି ବିନା
ଲାଗଇ ଛିନା
ସତେକି ସୁଖ ସରଧା ମନା।
ମିଳନ ପାଇଁ
ରହେ ମୁଁ ଚାହେଁ
ଝୁରେ ଏ ମନ ତୁମରି ବିନା।
ଯେବେ ମୁଁ ବସି
ଦେଖେ ଆରସି
ତୁମରି ମୁହଁ ଉଠଇ ହସି।
ସପନ ଦେଖେ
କାହାଣୀ ଯୋଖେ
ମନରେ ହସି ଏକଲା ବସି।
ଇଏ କି ଯୋଗ
ଅବା ଏ ରୋଗ
ବାଟ ହୁରୁଡି ଗଲିଣି ଉଡି ।
ଗଲିକି ସରି
ଜାଣେନା ପାରି
ପ୍ରେମରେ ପଡି ଗଲି କି ବୁଡ଼ି ?

